(ଆଦିତ୍ୟ L1 ସଫଳତାର ସହିତ ଦ୍ୱିତୀୟ କକ୍ଷପଥରେ ପ୍ରବେଶ କରିଛି ।ଇସ୍ରୋ ପକ୍ଷରୁ ଆଜି X (ଟ୍ୱିଟର) ରେ ପୋଷ୍ଟ ସେୟାର କରି ସୂଚନା ଦିଆଯାଇଛି । ISRO କହିଛି ଯେ ସେପ୍ଟେମ୍ବର 5 ତାରିଖ ରାତିରେ ଆଦିତ୍ୟ L-1 ଦ୍ୱିତୀୟ କକ୍ଷପଥରେ ପ୍ରବେଶ କରିଛି । ଏଥି ସହିତ ଆଦିତ୍ୟ L-1 ସେପ୍ଟେମ୍ବର 10 ରେ ରାତି 2:30 ରେ ତୃତୀୟ କକ୍ଷପଥରେ ପ୍ରବେଶ କରିବ ବୋଲି ଇସ୍ରୋ ସୂଚନା ଦେଇଛି ।
ଗତ ସେପ୍ଟେମ୍ବର 3 ତାରିଖରେ ସୂର୍ଯ୍ୟ ମିଶନ ଆଦିତ୍ୟ L-1 ଏହାର ପ୍ରଥମ କକ୍ଷପଥକୁ ସଫଳତାର ସହିତ ପ୍ରବେଶ କରିଥିଲା । ISRO ଟୁଇଟ୍ କରି କହିଛି, ‘ଆଦିତ୍ୟ- L1 ମିଶନ୍: ଉପଗ୍ରହଟି ସମ୍ପୂର୍ଣ୍ଣ ସୁସ୍ଥଃ ରହିବା ସହ ଏହା ସାଧାରଣ ଭାବରେ କାମ କରୁଛି । ପ୍ରଥମ ଆର୍ଥ କକ୍ଷପଥ ମନିଭର୍ (EBN # 1) ସଫଳତାର ସହିତ ISTRAC, ବେଙ୍ଗାଲୁରୁରୁ କରାଯାଇଥିଲା । ହାସଲ ହୋଇଥିବା ନୂତନ କକ୍ଷପଥ ହେଉଛି 245 କିଲୋମିଟର x 22,459 କିମି ବିଷିଷ୍ଟ ।