ନୂଆଦିଲ୍ଲୀ, ୧୨ ଅଗଷ୍ଟ – କଂଗ୍ରେସର ବରିଷ୍ଠ ନେତା ତଥା ସାଂସଦ ଅଧିର ରଞ୍ଜନ ଚୌଧୁରୀ କହିଛନ୍ତି ଯେ, ତାଙ୍କୁ ଲୋକସଭାରୁ ନିଲମ୍ବିତ କରାଯାଇଛି । ଏଥିପାଇଁ ଯଦି ଆବଶ୍ୟକ ପଡେ ତେବେ ସେ ସୁପ୍ରିମକୋର୍ଟଙ୍କ ଦ୍ଵାରସ୍ଥ ହେବେ ।
ଶ୍ରୀ ଚୌଧୁରୀ ଶନିବାର ପାର୍ଟି ମୁଖ୍ୟାଳୟରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧିତ କରି କହିଛନ୍ତି ଯେ, ଆମେ ଚାହୁଁଥିଲୁ ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଣିପୁର ପ୍ରସଙ୍ଗରେ ଗୃହରେ ନିଜର ପକ୍ଷ ରଖନ୍ତୁ, କିନ୍ତୁ ସେ ଆମ କଥା ଶୁଣିଲେନି । ବାଧ୍ୟ ହୋଇ ଆମକୁ ଅନାସ୍ଥା ପ୍ରସ୍ତାବ ଆଣିବାକୁ ପଡିଥିଲା । ଆମେ ଏହା ଭାବି ଏହି ପ୍ରସ୍ତାବ ଆଣିଥିଲୁ ଯେ, ଏହି ବାହାନାରେ ପ୍ରଧାନମନ୍ତ୍ରୀ ମଣିପୁର ପ୍ରସଙ୍ଗ ଉପରେ କିଛି କହିବେ । କିନ୍ତୁ, ସେ ନିଜର ଦୁଇ ଘଂଟାରୁ ଉର୍ଦ୍ଧ୍ଵ ସମୟର ଏହି ଭାଷଣ ବେଳେ ମାତ୍ର ଦୁଇ ମିନିଟ୍ ମଣିପୁର ପ୍ରସଙ୍ଗ ଉପରେ କହିଥିଲେ ।
ଶ୍ରୀ ଚୌଧୁରୀ ଆହୁରି ମଧ୍ୟ କହିଥିଲେ ଯେ, ଯେତେବେଳ ପର୍ଯ୍ୟନ୍ତ ଅନାସ୍ଥା ପ୍ରସ୍ତାବ ଉପରେ ଆଲୋଚନା ଶେଷ ନହୋଇଛି, ସେତେବେଳ ପର୍ଯ୍ୟନ୍ତ ଗୃହରେ ଅନ୍ୟ କୌଣସି ବିଷୟରେ ଆଲୋଚନା ନହେବା ଉଚିତ୍ । ଏହା ଆମ ସଦନର ପରମ୍ପରା । ଏହା ସତ୍ବେ ମୋଦୀ ସରକାର ସମସ୍ତ ପରାମ୍ପରାଗତ ବ୍ୟବସ୍ଥାକୁ ଭଙ୍ଗ କରି ଗୋଟିଏ ପରେ ଗୋଟିଏ ବିଲ୍ କୁ ପାରିତ କରିଛନ୍ତି । ଏହି ସମୟରେ ବିରୋଧିଙ୍କୁ କୌଣସି ବିଧେୟକ ଉପରେ ନିଜର ମତ ରଖିବାକୁ ସୁଯୋଗ ମିଳିନଥିଲା ।