ଭୁବନେଶ୍ୱର,26 ଜୁଲାଇ – ୩୨ଟଙ୍କାରୁ ଅଧିକ ମୂଲ୍ୟରେ ଯିଏ ଆଳୁ ବିକିବ, କାର୍ଯ୍ୟାନୁଷ୍ଠାନହେବ ବୋଲି କହିଛନ୍ତି ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର । ସେ କହିଛନ୍ତି,ଗୋଦାମ ଯାଂଚ କରିଥିଲି, ସେଠି ଦର ୨୭ ଟଙ୍କାରହିଛି । ସେ ହିସାବରେ ଖୁଚୁରା ଦର ୩୨ ଟଙ୍କା ରହିବା କଥା । ତେଣୁ ୩୨ ଟଙ୍କାରୁ ଅଧିକରେ କେହି ଆଳୁ ବିକନ୍ତୁ ନାହିଁ ବୋଲି ସେ କହିଛନ୍ତି ।ଅନ୍ୟପକ୍ଷରେ ପଶ୍ଚିମବଙ୍ଗରୁ ଆସିଥିବା ଆଳୁ ଗାଡ଼ି ଫେରିଯିବା ଦୁର୍ଭାଗ୍ୟଜନକ ବୋଲି ମନ୍ତ୍ରୀ କହିଛନ୍ତି । ପଶ୍ଚିମବଙ୍ଗ ଆଳୁ ନଦେଲେ ଆମେ ଉତର ପ୍ରଦେଶରୁ ଆଣିବୁ । ପଶ୍ଚିମବଙ୍ଗ ସରକାରଙ୍କ ଏଭଳି ନିଷ୍ପତି ନେଇ ତାଙ୍କ ସହ ଆଲୋଚନା କରିବୁ । ପଶ୍ଚିମବଙ୍ଗ ଯଦି ଆଳୁ ନଦିଏ, ଖୁବ୍ ଶୀଘ୍ର ୟୁପିରୁ ଆଳୁ ଆଣିବୁ ବୋଲି ମନ୍ତ୍ରୀ କହିଛନ୍ତି ।
ଅନ୍ୟପକ୍ଷରେ ଆଳୁର ଏ ଅହେତୁକଦର ବୃଦ୍ଧି ପରେ ଶୁକ୍ରବାର ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଭୁବନେଶ୍ୱର ଆଇଗିଣିଆ ଆଳୁ ଗୋଦାମକୁ ଯାଇ ସ୍ଥିତି ଯାଂଚ କରିଛନ୍ତି । ମନ୍ତ୍ରୀ କହିଛନ୍ତି, ଏବେ ଯେତିକି ଆଳୁ ମହଜୁଦ ଅଛି, ତାହା ସାତ ଦିନ ଯାଏଁ ରାଜ୍ୟରେ ଆଳୁ ଚାହିଦାକୁ ପୂରଣ କରିପାରିବ । ଆବଶ୍ୟକ ପଡ଼ିଲେ ଉତରପ୍ରଦେଶରୁ ଆମଦାନୀ କରାଯିବ । ଏଥିସହ ସେ ପୂର୍ବ ସରକାରଙ୍କ ଯୋଗୁଁ ମଧ୍ୟ ରାଜ୍ୟରେ ଦର ବୃଦ୍ଧି ହେଉଛି । ଆଳୁ, ପିଆଜ ଉତ୍ପାଦନ ସହ ଶୀତଳ ଭଣ୍ଡାର ହୋଇନଥିବାରୁ ଏପରି ସ୍ଥିତି ଉପୁଜିଥିବା ସେ କହିଛନ୍ତି । ସେହିପରି କଳାବଜାରୀ କଲେ ବ୍ୟବସାୟୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଚେତାବନୀ ଦେଇଛନ୍ତି ମନ୍ତ୍ରୀ ।