ବଲାଙ୍ଗିର : ବଲାଙ୍ଗିର ଜିଲ୍ଲା ସଇଁତଳା ବ୍ଲକ ଶିକ୍ଷା ଅଧିକାରୀ (ବିଇଓ) କାର୍ଯ୍ୟାଳୟରେ ଆକାଉଣ୍ଟାଣ୍ଟ ତଥା ସହାୟକ କର୍ମଚାରୀ (ଠିକା କର୍ମଚାରୀ )ରୂପେ କାର୍ଯ୍ୟ କରୁଥିବା ଅଜୟ ଖୁଣ୍ଟିଆ ଆଜି ପୂର୍ବାହ୍ନରେ ୧୮ ହଜାର ଟଙ୍କା ଲାଂଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡିଛନ୍ତି ।
ଭିଜିଲାନ୍ସ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଜଣେ ସହକାରୀ ଶିକ୍ଷକଙ୍କ ଠାରୁ ଜାତୀୟ ପେନସନ୍ ଯୋଜନାର ଫାଇଲ୍ ଓ ଡି.ଏ.ର କାଗଜପତ୍ର ଠିକ୍ କରିବା ପାଇଁ ସେ ଏହି ଟଙ୍କା ଲାଞ୍ଚ ନେଉଥିବା ବେଳେ ବିଭାଗୀୟ ଅଧିକାରୀ ମାନେ ତାଙ୍କ ନିକଟରୁ ଏହି ଟଙ୍କାକୁ ଜବତ କରିଛନ୍ତି । ଘଟଣା ପରେ ଶ୍ରୀ ଖୁଣ୍ଟିଆଙ୍କ ଦୁଇଟି ସ୍ଥାନରେ ଚଢ଼ଉ ଜାରୀ ରହିଛି । ଏ ସଂକ୍ରାନ୍ତରେ ସମ୍ବଲପୁର ଭିଜିଲାନ୍ସ ଥାନରେ ୨୨/୨୩ ରେ ଏକ ମାମଲା ରୁଜ୍ଜୁ ହୋଇଛି । ଭିଜିଲାନ୍ସ ପକ୍ଷରୁ ଚଢ଼ଉ ଜାରୀ ରହିଛି । ଏନେଇ ସମ୍ପୂର୍ଣ୍ଣ ତଥ୍ୟକୁ ଅପେକ୍ଷା କରାଯାଇଛି ।