ଭୁବନେଶ୍ୱର : ସମ୍ବଲପୁରରେ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି । ଟ୍ରକ ଧକ୍କାରେ ବାଇକ ଚାଳକଙ୍କ ମୃତ୍ୟୁ ହୋଇଛି।
ମିଳିଥିବା ସୂଚନା ଅନୁସାରେ ସମ୍ବଲପୁର ମହୁଲପାଲି ଥାନା କୁସମି ଫାଣ୍ଡି ଅଁଳାପୋଷି ଛକରେ ଏହି ଦୁର୍ଘଟଣା ଘଟିଛି। ବାଇକ ଆରୋହୀଙ୍କୁ ପଛପଟୁ ପିଟିଥିଲା ଟ୍ରକ। ତେବେ ଘଟଣା ସ୍ଥଳରେ ବାଇକ ଚାଳକ ମୃତ୍ୟୁ ହୋଇଛି। ମୃତ୍ୟୁ ବ୍ୟକ୍ତି ଜଣଙ୍କ ଅଁଳାପୋଷି ଗ୍ରାମର ବୋଲି ସୂଚନା ମିଳିଛି । ଦୁର୍ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଦେଖାଦେଇଥିଲା ।