
କୋଲକାତା : ପଶ୍ଚିମବଙ୍ଗର କୋଇଲା ଖଣିରେ ଦୁର୍ଘଟଣା । ଆସନସୋଲର ରାଣୀଗଞ୍ଜରେ ଦୁର୍ଘଟଣା ଯୋଗୁ ପୁଣି ଶ୍ରମିକଙ୍କ ଜୀବନ ଯାଇଛି । କୋଇଲା ଖଣି ଧସିବା ଯୋଗୁ 3ଜଣ ଶ୍ରମିକଙ୍କ ମୃତ୍ୟୁ ହୋଇଛି ।
ସୂଚନା ମୁତାବକ ରାଣୀଗଞ୍ଜରେ ଥିବା ଇସିଏଲର କୁନୁସ୍ତାରିଆ ଅଞ୍ଚଳରେ ନାରାୟଣକୁଡି କୋଇଲା ଖଣିରେ ଏହି ଅଘଟଣ ଘଟିଛି । ବୁଧବାର ଦ୍ୱିପ୍ରହର ସମୟରେ ଖଣି ଧସିଥିଲା । ତେବେ ଗୁରୁବାର ମୃତଦେହ ଉଦ୍ଧାର କରାଯାଇଛି ।
ଖଣି ଧସିବା ପରେ ରାତି ସାରା ଉଦ୍ଧାର କାର୍ଯ୍ୟ ଜାରି ରହିଥିଲା । ଏହାପରେ 3ଜଣ ଶ୍ରମିକଙ୍କ ମୃତଦେହ ଉଦ୍ଧାର ହୋଇଥିବା ପୋଲିସ ପକ୍ଷରୁ ସୂଚନା ମିଳିଛି । ଗୁରୁବାର ସକାଳୁ ମୃତଦେହ ଗୁଡିକ ଉଦ୍ଧାର କରାଯାଇଥିଲା । ପୋଷ୍ଟମର୍ଟମ ନିମନ୍ତେ ମୃତଦେହ ଗୁଡିକୁ ପଠାଯାଇଛି । ପୋଲିସ ଘଟଣାର ତଦନ୍ତ ଜାରି ରଖିଛି ।