ଭୁବନେଶ୍ୱର : ବିରୋଧୀ ଦଳର ନେତା ଜୟ ନାରାୟଣ ମିଶ୍ର ବିଜେଡି ସରକାରଙ୍କର ଆମ ଓଡ଼ିଶା ନବୀନ ଓଡ଼ିଶା ଯୋଜନାକୁ ନେଇ ବର୍ଷିଛନ୍ତି
ଦଳୀୟ କାର୍ଯ୍ୟାଳୟରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ମିଶ୍ର ଆମ ଓଡ଼ିଶା ନବୀନ ଓଡ଼ିଶା ଏକ ଫମ୍ପା ଆୱାଜ ବୋଲି କହିଛନ୍ତି । ସେ କହିଛନ୍ତି ଯେ ନବୀନ ଓଡ଼ିଶା ଲୁଟ ଓଡ଼ିଶାରେ ପରିଣତ ହୋଇଛି । ସରପଞ୍ଚ ଏବଂ ସମିତି ସଭ୍ୟ ରାଜରାସ୍ତାରେ ବସିଛନ୍ତି । ଯୋଜନାରେ ଖର୍ଚ୍ଚ ହେବାକୁ ଥିବା 4000 ହାଜର କୋଟି ଟଙ୍କାରୁ 50 ପ୍ରତିଶତ ପିସି କାରବାର ହୋଇଛି । ଅର୍ଥାତ 2000 କୋଟି ଲୁଟ ହୋଇଛି । ବ୍ଲକ୍ ସ୍ତରରେ 50 ପ୍ରତିଶତ ପିସି କାରବାର ଚାଲିଛି ।
ସେ କହିଛନ୍ତି, ବିଜ୍ଞାପନ ମାଧ୍ୟମରେ ଲୋକଙ୍କ ପଇସାରେ ଦଳୀୟ ପ୍ରଚାର କରୁଛନ୍ତି ରାଜ୍ୟ ସରକାର । ସରକାରୀ ପଇସାରେ ବିଜ୍ଞାପନ କିନ୍ତୁ ସେଥିରେ ଦଳୀୟ ଚିହ୍ନ ବ୍ୟବହାର କରୁଛି ବିଜେଡ଼ି ସରକାର ।
ମିଶ୍ର କହିଛନ୍ତି ଯେ ସିଏଜି ରିପୋର୍ଟ କହୁଛି, ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ବ୍ୟାପକ କେଲେଙ୍କାରୀ ହୋଇଛି । ଆବାସ ଦୁର୍ନୀତି ପାଇଁ ମାହାଙ୍ଗା ଡବଲ ମର୍ଡର ହୋଇଥିଲା । ନିର୍ବାଚନରେ ଆସିଲେ ନବୀନ ପଟ୍ଟନାୟକଙ୍କୁ ଯୋଜନା କଥା ମନେ ପଡ଼େ । ଆଉ ନିର୍ବାଚନରେ ସରିଲେ ଯୋଜନା ଭୁଲିଯାଆନ୍ତି ସରକାର ।
ସେ କହିଛନ୍ତି ଯେ ଗୋପବନ୍ଧୁ ଗ୍ରାମୀଣ ଯୋଜନା, ବିଜୁ ଯୁବ ବାହିନୀ, ବିଜୁ ପକ୍କା ଘର, ଆମ ଗାଁ ଆମ ବିକାଶ, ପିଠା ଆଦି ସବୁ ଯୋଜନା ନିର୍ବାଚନ ପୂର୍ବରୁ ଆସିଥିଲା ଓ ନିର୍ବାଚନ ପରେ ଲୁଚି ଯାଇଥିଲା ।
ସେ ଲୋକଙ୍କ ଟିକସ ପଇସାରେ ସଚିବଙ୍କ ହେଲିକପ୍ଟର ଗସ୍ତକୁ ନେଇ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି । ସରକାରୀ ପଇସାରେ ବଡି ମେସେଜ କରିବାକୁ ଯାଉଛନ୍ତି । ଭାଟିକାନ ସିଟି ମଧ୍ୟ ଗସ୍ତ କରିଥିଲେ ।
ସେ କହିଛନ୍ତି ଯେ ସିଏଜି ରିପୋର୍ଟ ବିଭିନ୍ନ ଯୋଜନାରେ ଦୁର୍ନୀତି କଥା ସ୍ପଷ୍ଟ କରିଛି । ସରକାର ସ୍ୱଚ୍ଛତା କଥା କହୁଥିଲେ । କିନ୍ତୁ ନବୀନ ପଟ୍ଟନାୟକ ହାରିଲୁଟ କରିଛନ୍ତି । ରାଜ୍ୟ ସରକାରଙ୍କ ବିତ୍ତୀୟ ବିଶୃଙ୍ଖଳା ବଢିଛି । ଆବାସ ଯୋଜନାରେ ପ୍ରହସନରେ ପରିଣତ ହୋଇଛି । ମେଧାବୀ ଛାତ୍ରଛାତ୍ରଙ୍କ ବୃତ୍ତି ଦେବା କ୍ଷେତ୍ରରେ ଦୁର୍ନୀତି ହୋଇଛି । ବିଭିନ୍ନ ପ୍ରସଙ୍ଗକୁନେଇ ରାଜରାସ୍ତାରେ ଆନ୍ଦୋଳନକୁ ଓହ୍ଲାଇବ ବିଜେପି । ପଞ୍ଚାୟତରୁ ଜିଲ୍ଲା ସ୍ତର ଯାଏଁ ଆନ୍ଦୋଳନ ହେବ ବୋଲି ସେ କହିଛନ୍ତି ।