
କେନ୍ଦ୍ରାପଡା | କେନ୍ଦ୍ରାପଡା ସଦର ଥାନା ଅନ୍ତର୍ଗତ ଗୁଲନଗର ପଂଚାୟତ ରେ ଘର ତିଆରି କାମ କରୁଥିବା ବେଳେ ଜଣେ ଶ୍ରମିକ ଆତ୍ମହତ୍ୟା କରିଥିବା ନେଇ ପୋଲିସ ସୂତ୍ରରୁ ପ୍ରକାଶ । ମିଳିଥିବା ସୂଚନା ନେଇ ଡେରାବିଶ ଥାନା ଅନ୍ତର୍ଗତ ରାୟପୁର ସନ୍ଥପୁରା ଗ୍ରାମର ଶତୃଘନ ସାହୁ ଗୁଲନଗର ଗ୍ରାମର ଜଣେ ବ୍ୟକ୍ତିଙ୍କ ତିନି ମହଲା କୋଠାରେ ସେଣ୍ଟେରିଂ କାମ କରୁଥିବା ବେଳେ ଘର ଉପରକୁ ଶୋଇଥିବା ଏକ ଗଛ ଡାଳରେ ପ୍ରାୟ ମଧ୍ୟାହ୍ନରେ ନିଜ ଗାମୁଛାରେ ରଶି ଲଗାଇ ଆତ୍ମହତ୍ୟା କରିଛନ୍ତି । ଖବର ପାଇ ସଦର ଥାନା ପୋଲିସ ଘଟଣା ସ୍ଥଳରେ ପହଁଚି ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଥିବା ବେଳେ କେଉଁ କାରଣରୁ ଶ୍ରମିକ ଜଣକ ଆତ୍ମହତ୍ୟା କଲେ ତଦନ୍ତ ଚଳାଇଥିବା ଜଣାପଡିଛି ।