ରାଞ୍ଚି : ରାଜ୍ୟରେ ଚାଲିଥିବା ଭୋଟର ସଂଶୋଧନ କାର୍ଯ୍ୟକ୍ରମ 2024 ଏବଂ ଲୋକସଭା ନିର୍ବାଚନ ପାଇଁ ପ୍ରସ୍ତୁତି ନିମନ୍ତେ ଅଗଷ୍ଟ 16 ତାରିଖ ସନ୍ଧ୍ୟାରେ ଭାରତର ନିର୍ବାଚନ ଆୟୋଗ ରାଞ୍ଚିରେ ପହଞ୍ଚିବେ। ଏହି ଦଳରେ ଛଅ ଜଣ ସଦସ୍ୟ ରହିବେ।ଏହି ନିର୍ବାଚନ ଆୟୋଗର ଟିମ୍ 17 ଅଗଷ୍ଟରେ ରାଜ୍ୟର ପଦାଧିକାରୀଙ୍କ ସହ ବୈଠକ କରିବେ । ହୋଟେଲ ବିଏନଆରରେ ହେବାକୁ ଥିବା ଏହି ବୈଠକ ସକାଳ ସାଢେ 10ଟାରେ ବସିବ ।
ଭାରତୀୟ ନିର୍ବାଚନ ଆୟୋଗର ଟିମରେ ସିନିୟର ଡେପୁଟି କମିଶନର ଡକ୍ଟର ଧର୍ମେନ୍ଦ୍ର ଶର୍ମାଙ୍କ ନେତୃତ୍ୱରେ ସିନିୟର ଡେପୁଟି ନୀତେଶ ବ୍ୟାସ, ମନୋଜ କୁମାର ସାହୁ, ମୁଖ୍ୟ ସଚିବ ଅରବିନ୍ଦ ଆନନ୍ଦ, ସଚିବ ତନୁଜ କୁମାରୀ ସେକ୍ସନ ଅଧିକାରୀ ଦେବେଶ କୁମାର ସାମିଲ ହେବେ ।
ଆଗାମୀ ବର୍ଷ ନର୍ବାଚନ ହେବାକୁ ଥିବା ବେଳେ ଭାରତୀୟ ନିର୍ବାଚନ ଆୟୋଗର ଏହି ଗସ୍ତ ବେଶ୍ ଗୁରୁତ୍ୱପୂର୍ଣ୍ଣ । 17 ଅଗଷ୍ଟରେ ହେବାକୁ ଥିବା ଏହି ବୈଠକରେ ରାଜ୍ୟର ନିର୍ବାଚନ ପ୍ରସ୍ତୁତିର ସମୀକ୍ଷା କରାଯିବ । ଏହି ବୈଠକରେ ଜିଲ୍ଲାର ନିର୍ବାଚନ ପଦାଧିକାରୀ ନିଜନିଜ ଜିଲ୍ଲାର ରିପୋର୍ଟ ପ୍ରଦାନ କରିବେ ।