
ନୂଆଦିଲ୍ଲୀ : 28-29 ଅକ୍ଟୋବର ମଧ୍ୟରାତ୍ରିରେ ଦେଶରେ ଆଂଶିକ ଚନ୍ଦ୍ରଗ୍ରହଣ ଘଟିବ । ଚନ୍ଦ୍ରଗ୍ରହଣ ଦେଶର ସମସ୍ତ ସ୍ଥାନରେ ମଧ୍ୟରାତ୍ରିରେ ଦୃଶ୍ୟମାନ ହେବ । ପଶ୍ଚିମ ପ୍ରଶାନ୍ତ ମହାସାଗର, ଅଷ୍ଟ୍ରେଲିଆ, ଏସିଆ, ୟୁରୋପ, ଆଫ୍ରିକା, ପୂର୍ବ ଦକ୍ଷିଣ ଆମେରିକା, ଉତ୍ତର-ପୂର୍ବ ଉତ୍ତର ଆମେରିକା, ଆଟଲାଣ୍ଟିକ୍ ମହାସାଗର, ଭାରତ ମହାସାଗର ଏବଂ ଦକ୍ଷିଣ ପ୍ରଶାନ୍ତ ମହାସାଗରରେ ଏହି ଚନ୍ଦ୍ରଗ୍ରହଣ ଦୃଶ୍ୟମାନ ହେବ । ଚନ୍ଦ୍ରଗ୍ରହଣ 28-29 ଅକ୍ଟୋବରର ମଧ୍ୟବର୍ତ୍ତୀ ରାତିରେ 01:05 ରେ ଆରମ୍ଭ ହୋଇ ସକାଳ 02:24 ରେ ଶେଷ ହେବ ।
ସୂଚନାଯୋଗ୍ୟ ଯେ ଭାରତରେ ଦୃଶ୍ୟମାନ ହେଉଥିବା ପରବର୍ତ୍ତୀ ଚନ୍ଦ୍ରଗ୍ରହଣ ସେପ୍ଟେମ୍ବର 20, 2025 ରେ ହେବ, ଯାହା ସମ୍ପୂର୍ଣ ଚନ୍ଦ୍ରଗ୍ରହଣ ହେବ । ଭାରତରେ ଦୃଶ୍ୟମାନ ହେଉଥିବା ଶେଷ ଚନ୍ଦ୍ରଗ୍ରହଣ ନଭେମ୍ବର 8, 2022 ରେ ହୋଇଥିଲା।
ଚନ୍ଦ୍ରଗ୍ରହଣ ପୂର୍ଣ୍ଣିମା ଦିନ ହୁଏ, ଯେତେବେଳେ ପୃଥିବୀ ସୂର୍ଯ୍ୟ ଏବଂ ଚନ୍ଦ୍ର ମଧ୍ୟରେ ଆସେ ତଥା ତିନିହେଁ ଗୋଟିଏ ସିଧା ସରଳରେଖାରେ ଅବସ୍ଥିତ ହୁଅନ୍ତି | ପୂର୍ଣ୍ନ ଚନ୍ଦ୍ରଗ୍ରହଣ ସେତେବେଳେ ହୁଏ ଯେତେବେଳେ ସମଗ୍ର ଚନ୍ଦ୍ର ପୃଥିବୀର ଛାୟା ଦ୍ୱାରା ଆଚ୍ଛାଦିତ ହୁଏ ଏବଂ ଆଂଶିକ ଚନ୍ଦ୍ରଗ୍ରହଣ ଘଟିଥାଏ ଯେତେବେଳେ ଚନ୍ଦ୍ରର ଏକ ଅଂଶ ପୃଥିବୀର ଛାୟା ଦ୍ୱାରା ଆଚ୍ଛାଦିତ ହୁଏ।