ନୂଆଦିଲ୍ଲୀ ଚନ୍ଦ୍ରଯାନ-୩ ଅବତରଣ ସମ୍ପର୍କରେ ଭାରତୀୟ ମହାକାଶ ଗବେଷଣା ସଂଗଠନ (ଇସ୍ରୋ)ର ପୂର୍ବତନ ପରାମର୍ଶଦାତା ଡକ୍ଟର ସୁରେନ୍ଦ୍ରପାଲ କହିଛନ୍ତି ଯେ, ବିକ୍ରମ ଲେଣ୍ଡର ଏକ ଅବତରଣକୁ ସହ୍ୟ କରିପାରିବେ । ଚନ୍ଦ୍ରରେ ବିକ୍ରମ ଲ୍ୟାଣ୍ଡର ଅବତରଣ ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତି ଚଳାଇଛି । ଅଭିଜ୍ଞତା ଆଧାରରେ ଇସ୍ରୋ ବୈଜ୍ଞାନିକମାନେ ଏଥର ଆତ୍ମବିଶ୍ୱାସରେ ପରିପୂର୍ଣ୍ଣ । ଯଦିଓ ଅଗଷ୍ଟ ୨୩ରେ ଯୋଜନା ଅନୁଯାୟୀ ସବୁକିଛି ହୋଇଛି । ଇସ୍ରୋ ଅବତରଣ ତାରିଖକୁ ଅଗଷ୍ଟ ୨୭ ପର୍ଯ୍ୟନ୍ତ ସ୍ଥଗିତ ରଖିବାକୁ ବି ଯୋଜନା ପ୍ରସ୍ତୁତ କରିିଛି ।
ଡକ୍ଟର ସୁରେନ୍ଦର ପାଲ କହିଛନ୍ତି ଯେ, ଚନ୍ଦ୍ରରେ ଅବତରଣ ପାଇଁ ୨ ରୁ ୫ କିମି. ପର୍ଯ୍ୟନ୍ତ ଏରିଆ ଦେଖାଯାଉଛି । ଚନ୍ଦ୍ରର ଦକ୍ଷିଣ ପୋଲରେ ବଡ଼ ବଡ଼ କରେଟର ଥିବାରୁ ଅବତରଣ ପାଇଁ କିଛି ସମତଳ ଭୂମି ଖୋଜାଯାଉଛି । ବିକ୍ରମ ଲ୍ୟାଣ୍ଡରର ଗୋଡ଼ ଏତେ ଶକ୍ତିଶାଳୀ ଯେ, ଏହା କିଛି ଖରାପ ଅବତରଣକୁ ମଧ୍ୟ ସହ୍ୟ କରିପାରିବ ।