ଭୁବନେଶ୍ୱର : ଜୟପାଟଣାରେ ଯୁବକ ମୃତ୍ୟୁ ଘଟଣାକୁ ନେଇ ଦୀର୍ଘ 30ଘଣ୍ଟା ଧରି ଧାରଣା ଦେଲେ ଗ୍ରାମବାସୀ । ଜୟପାଟଣାରେ ଯୁବକଙ୍କ ମୃତ୍ୟୁକୁ ନେଇ ଉତ୍ତେଜନା ଦେଖାଦେଇଥିଲା । ଏହା ହତ୍ୟା ନା ଦୁର୍ଘଟଣା ତାର ତଦନ୍ତ ଦାବି କରିଥିଲେ ଗ୍ରାମବାସୀ । ଏପରିକି ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଲାଗିରହିଥିଲା । ମୃତଦେହ ରଖି ଦୀର୍ଘ 30ଘଣ୍ଟା ଧରି ଧାରଣା ଦେଇଥିଲେ ଗ୍ରାମବାସୀ ଓ ପରିବାର ଲୋକେ । ତେବେ ରାତି 2ଟାରେ ବିଭିନ୍ନ ଅଧିକାରୀ ଗ୍ରାମବାସୀଙ୍କ ସହ ଆଲୋଚନା କରି ପ୍ରତିଶ୍ରୁତି ଦେବା ପରେ ରାସ୍ତାରୋକ ହଟିଥିଲା । ଏହାପରେ ସହରରେ ଯାତାୟତ ସ୍ୱାଭାବିକ ହୋଇଛି ।