ଇମ୍ଫାଲ, ୧୨ ଅଗଷ୍ଟ- ହିଂସା ପ୍ରଭାବିତ ମଣିପୁରର ଜିରୀବାମରେ ଲାଗିଥିବା ପବ୍ଲିକ କର୍ଫ୍ୟୁ ଯୋଗୁଁ ରାଜ୍ୟରେ ଅତ୍ୟାବଶ୍ୟକ ସାମଗ୍ରୀ ଯୋଗାଣ ଫେଲ୍ ମାରିଛି । ଜିରୀବାମରେ ଶୁକ୍ରବାରରୁ ଜାମ୍ ଲାଗି ରହିଛି ।
ଜିରୀବାମରେ ୯ ଅଗଷ୍ଟରେ ଶାନ୍ତିପୂର୍ଣ୍ଣ ଭାବେ ବିକ୍ଷୋଭ ପ୍ରଦର୍ଶନ ବେଳେ ଜିଲ୍ଲା ପୋଲିସ ଅଧିକ୍ଷକଙ୍କ ଦ୍ଵାରା ମହିଳାଙ୍କ ସହିତ କରାଯାଇଥିବା ଦୁର୍ବ୍ୟବହାର ବିରୋଧରେ ସ୍ଥାନୀୟ ଲୋକେ ପବ୍ଲିକ କର୍ଫ୍ୟୁ ଲଗାଇଛନ୍ତି । ସେମାନଙ୍କର ଦାବି ଯେ, ପୋଲିସ ଅଧିକ୍ଷକ ଆସି ପୀଡ଼ିତା ମହିଳାଙ୍କୁ କ୍ଷମା ମାଗନ୍ତୁ ।