ନୂଆଦିଲ୍ଲୀ, ୧୧ ଅଗଷ୍ଟ – ଆମ୍ ଆଦମୀ ପାର୍ଟିର ସାଂସଦ ରାଘବ ଚଢା ଶୁକ୍ରବାର ଦିନ ଅଧିକାର ଉଲ୍ଲଂଘନ ପାଇଁ ରାଜ୍ୟସଭାରୁ ନିଲମ୍ବିତ ହୋଇଥିଲେ ।
ଚାରିଜଣ ସାଂସଦଙ୍କ ଅଭିଯୋଗ ପରେ ଏହି ପଦକ୍ଷେପ ନିଆଯାଇଛି । ସାଂସଦମାନେ ବାଚସ୍ପତିଙ୍କ ନିକଟରେ ଅଭିଯୋଗ କରିଛନ୍ତି ଯେ ଆପ୍ ସାଂସଦ ରାଘବ ଚଢା ତାଙ୍କ ବିନା ଅନୁମତିରେ ପ୍ରସ୍ତାବରେ ତାଙ୍କ ନାମ ଯୋଡିଛନ୍ତି ।
ବର୍ତମାନ ଗୃହର ବିଶେଷାଧିକାର ସମିତି ରାଘବ ଚଢାଙ୍କ ବିରୋଧରେ ଯାଂଚ କରିବ ଏବଂ ଏହାର ରିପୋର୍ଟ ଅନୁସାରେ ସୁପାରିଶ ଦେବ । ଏହାର ଆସିବା ପର୍ଯ୍ୟନ୍ତ ରାଘବ ଚଢା ଗୃହରୁ ନିଲମ୍ବିତ ରହିବେ ।