ନୂଆଦିଲ୍ଲୀ , ୧୨ ଅଗଷ୍ଟ – କଂଗ୍ରେସ ନେତା ତଥା ଲୋକସଭା ସାଂସଦ ଅଧୀର ରଂଜନ ଚୌଧୁରୀଙ୍କୁ ଗତ ଗୁରୁବାର ଲୋକସଭାରୁ ନିୟମ ଉଲଙ୍ଘନ ପାଇଁ ତାଙ୍କୁ ନିଲମ୍ବିତ କରାଯାଇଛି । ଏହାକୁ ବିରୋଧ କରି ଶୁକ୍ରବାରଦିନ କଂଗ୍ରେସ ସହିତ ଅନ୍ୟ ବିରୋଧି ଦଳର ସାଂମସଦମାନେ ସଂସଦ ଭବନ ପରିସରରେ ବିରୋଧ ପ୍ରଦର୍ଶନ କରିଛନ୍ତି ।
ବିରୋଧ କରୁଥିବା ସାଂସଦମାନେ ହାତରେ ଲୋକତନ୍ତ୍ର ବଂଚାଏ ଓ ଲୋକତନ୍ତ୍ର ବିପଦ ଅବସ୍ଥାରେ ଅଛି ଲେଖି ପ୍ଲାକାଡ ଧରିବା ସହିତ ଆମ୍ବେଦକରଙ୍କ ପ୍ରତିମା ନିକଟରେ ପ୍ୟାରେଡକରି ବିରୋଧ ପ୍ରଦର୍ଶନ କରିଥିଲେ । ଏହି ପ୍ରଦର୍ଶନରେ କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡଗେ , ରାହୁଲ ଗାନ୍ଧୀ, ସୋନିଆ ଗାନ୍ଧୀଙ୍କ ସହିତ ଅନ୍ୟ ସାଂସଦମାନେ ଉପସ୍ଥିତ ଥିଲେ ।