
ତାଳଚେର : ତାଳଚେରର ଅଗ୍ରଣୀ ଅନୁଷ୍ଠାନ ତାଳଚେର ଟ୍ରକ ମାଲିକ ସଙ୍ଘରେ ଆଜି ଗ୍ରାମାଞ୍ଚଳ ଟ୍ରକ ମାଲିକ ସଙ୍ଘରୁ ଜଗନ୍ନାଥ ସେକ୍ଟୋରର ୫୦ରୁ ଉର୍ଦ୍ଧ୍ୱ ଟ୍ରକ ମାଲିକ ମାନେ ଆସି ତାଳଚେର ଟ୍ରକ ମାଲିକ ସଂଘରେ ବିଧିବଦ୍ଧ ଭାବେ ସାମିଲ ହୋଇଛନ୍ତି । ଖବରରୁ ଜଣାଯାଏ ଯେ ଗ୍ରାମାଞ୍ଚଳ ଟ୍ରକ ମାଲିକ ସଂଘରେ ସାମିଲ ଥିବା ଜଗନ୍ନାଥ ସେକ୍ଟୋରର ଟ୍ରକ ମାଲିକ ମାନେ ଗ୍ରାମାଞ୍ଚଳ ଟ୍ରକ ମାଲିକ ସଙ୍ଘ ର ମନମୁଖୀ କାର୍ଯ୍ୟ କଳାପ ରେ ଅସନ୍ତୋଷ ପ୍ରକାଶ କରିଛନ୍ତି । କାରଣ ଏହି ସଙ୍ଘର ସଭାପତି ନିଜେ ଟ୍ରାନ୍ସପୋର୍ଟ ବ୍ୟବସାୟରେ ଲିପ୍ତ ଥିବାରୁ ସେ ଟ୍ରକ ମାଲିକ ମାନଙ୍କ ବିଭିର୍ଣ୍ଣ ସମସ୍ୟା ଓ ଅସୁବିଧାକୁ କର୍ଣ୍ଣପାତ କଲେନାହିଁ, ଏବଂ କେବଳ ପରିବହନ ସଂସ୍ଥାର ହିତ ଓ ସପକ୍ଷବାଦ ରେ କାର୍ଯ୍ୟ କରିବା ସହ ଟ୍ରକ ମାଲିକ ମାନଙ୍କ ସମସ୍ୟା ରୁ ଦୁରେଇଗଲେ ବୋଲି ଅଭିଯୋଗ ଆଣି ଗ୍ରାମାଞ୍ଚଳ ଟ୍ରକ ମାଲିକ ସଙ୍ଘରୁ ବାହାରି ଆସିଥିଲେ ଏଥିସହ, ଟ୍ରକ ମାଲିକ ମାନଙ୍କ ପେଟ ପାଟଣା ଓ ଜୀବନ ଜୀବିକା କଥା ଦୃଷ୍ଟିରୁ ସେମାନେ ବାଧ୍ୟ ହୋଇ ଏହି ଗ୍ରାମାଞ୍ଚଳ ସଂଘରୁ ବାହାରି ଆଜି ତାଳଚେର ଟ୍ରକ ମାଲିକ ସଙ୍ଘ ରେ ଶାମିଲ ହୋଇଛନ୍ତି ,ତାଳଚେର ଟ୍ରକ ମାଲିକ ସଙ୍ଘର ସଭାପତି ଅରବିନ୍ଦ ଭୁତିଆ ସେମାନଙ୍କୁ ସ୍ୱାଗତ କରିବା ସହ ଶାମିଲ ହୋଇଥିବା ଟ୍ରକ ମାଲିକ ମାନଙ୍କୁ ଆଗାମୀ ଦିନରେ ସବୁ ପ୍ରକାର ସାହାଯ୍ୟ ସହଯୋଗ ଯୋଗାଇ ଦିଆଯିବ ବୋଲି ସୂଚନା ଦେଇଥିଲେ ଓ ତାଳଚେର ଟ୍ରକ ମାଲିକ ସଙ୍ଘର ନୀତି ନିୟମ ପ୍ରତି ଧ୍ୟାନ ଦେଇ ନୂତନ ସଭ୍ୟ ମାନେ କାର୍ଯ୍ୟ କରିବା ପାଇଁ ସଭାପତି ଭୁତିଆ ପରାମର୍ଶ ଦେଇଥିଲେ । ତେବେ ଆଜିର ମିଶ୍ରଣ ପର୍ବ ରେ ଜଗନ୍ନାଥ ସେକ୍ଟର ର ରାମଚନ୍ଦ୍ର ସାହୁ ଓ ଆରୋବ୍ୟ ସାହୁଙ୍କ ନେତୃତ୍ୱ ରେ ରାଜକିଶୋର ସାହୁ ବିନୋଦ ବିହାରୀ ପଟ୍ଟନାୟକ, ବିରବର ସାହୁ, ଶୁକଦେଵ ପ୍ରଧାନ, ସତ୍ୟବ୍ରତ ସାହୁ, ସୌଭାଗ୍ୟ ସାହୁ, ଙ୍କ ସମେତ୫୦ରୁ ଉର୍ଦ୍ଧ୍ବ ଟ୍ରକ ମାଲିକ ସାମିଲ ହୋଇ ମିଳିମିଶି କାର୍ଯ୍ୟ କରିବା ପାଇଁ ସଂମ୍ମତି ପ୍ରଦାନ କରିଥିଲେ । ଅନ୍ୟ ପକ୍ଷରେ ଏହି ଶାମିଲ ସମୟରେ ଟ୍ରକ ମାଲିକ ସଙ୍ଘ ପକ୍ଷରୁ କାର୍ଯ୍ୟକାରୀ ସଭାପତି ଟୁକୁନା ସ୍ୱାଇଁ ସଂଘର ସାଧାରଣ ସମ୍ପାଦକ ରତନ ଶତପଥୀ ,ଉପସଭାପତି ମନୋଜ ରାୟ ଓ ଅନ୍ୟାନ୍ୟ କର୍ମକର୍ତା ବରିଷ୍ଟ ସଦସ୍ୟ ମାନେ ଉପସ୍ଥିତ ଥିଲେ ।