କୋଲକାତା : ପଦ୍ମ ପୁରସ୍କାର ପ୍ରାପ୍ତ ବରିଷ୍ଠ ପରମାଣୁ ବୈଜ୍ଞାନିକ ବିକାଶ ସିହ୍ନାଙ୍କ ପରଲୋକ ହୋଇଯାଇଛି । ଶୁକ୍ରବାର ସକାଳେ କୋଲକାତାର ଏକ ଘରୋଇ ହସ୍ପିଟାଲରେ ତାଙ୍କର ମୃତ୍ୟୁ ହୋଇଛି । ମୃତ୍ୟୁ ବେଳକୁ ତାଙ୍କୁ ୭୮ ବର୍ଷ ହୋଇଥିଲା । ମୃତ୍ୟୁ ପରେ ତାଙ୍କ ପାର୍ଥିବ ଶରୀରକୁ ହସ୍ପିଟାଲରୁ ମିଣ୍ଟୋ ପାର୍କ ନିକଟସ୍ଥ ତାଙ୍କ ବାସଭବନକୁ ନିଆଯାଇଥିଲା । ସେଠାରେ ବନ୍ଧୁ ପରିଜନ ତାଙ୍କର ଅନ୍ତିମ ଦର୍ଶନ କରିଥିଲେ।
ବିକାଶ ସିହ୍ନାଙ୍କୁ ୨୦୧୦ ରେ ପଦ୍ମ ଭୂଷଣରେ ସମ୍ମାନିତ କରାଯାଇଥିଲା । ଏହି ସମୟରେ ସେ ବିକାଶ ଶାହା ଇନଷ୍ଟିଚ୍ୟୁଡ ଅଫ୍ ନ୍ୟୁକ୍ଲିୟର ଫିଜିକ୍ସର ନିର୍ଦ୍ଦେଶକ ଥିଲେ । ଏହା ବ୍ୟତୀତ ସେ ‘ଭେରିଏବଲ ଏନର୍ଜି ସାଇକ୍ଲୋଟ୍ରାନ୍ ସେଣ୍ଟରର ପ୍ରେଫେସର ମଧ୍ୟ ଥିଲେ । ମୁର୍ସିଦାବାଦର କାନ୍ଦି ରାଜପରିବାରରେ ତାଙ୍କର ଜନ୍ମ ହୋଇଥିଲା । ଦେଶ ବିଦେଶର ସେ ବେଶ୍ ନାଁ କମାଇଥିଲେ । ପରମାଣୁ ଗବେଷକ ଓ ବିଜ୍ଞାନ ସଂସ୍ଥାର ପ୍ରଶାସକ ଭାବେ ତାଙ୍କୁ ଖୁବ୍ ସମ୍ମାନ ମିଳିଥିଲା ।