ଭୁବନେଶ୍ଵର : ଗତ ୨୪ ଘଣ୍ଟା ମଧ୍ୟରେ କୋରାପୁଟ ଜିଲ୍ଲାର ଜୟପୁରରେ ସର୍ବାଧିକ ୫୦.୪ ମି.ମି. ବର୍ଷା ରେକର୍ଡ଼ ହୋଇଛି ।
ସେହିପରି ମାଲକାନଗିରି ଜିଲ୍ଲାର ପଡ଼ିଆରେ ୪୪.୩ ମି.ମି., ସୁନ୍ଦରଗଡ଼ ଜିଲ୍ଲାର ଲାଠିକଟାରେ ୨୬.୨ ମି.ମି., ମୟୂରଭଞ୍ଜ ଜିଲ୍ଲାର ଜି.ବି. ନଗରରେ ୨୪.୩ ମି.ମି., ବାଲେଶ୍ଵର ଜିଲ୍ଲାର ଔପଦାରେ ୨୪.୦ ମି.ମି., ବାଲେଶ୍ଵର ଜିଲ୍ଲାର ରାଜଘାଟରେ ୨୨.୮ ମି.ମି., ବାଲେଶ୍ଵର ଜିଲ୍ଲାର ସୋରରେ ୨୦.୦ ମି.ମି., କୋରାପୁଟ ଜିଲ୍ଲାର କୋରାପୁଟରେ ୧୮.୬ ମି.ମି., କୋରାପୁଟ ଜିଲ୍ଲାର ବୋରିଗୁମ୍ମାରେ ୧୫.୮ ମି.ମି., ନବରଙ୍ଗପୁର ଜିଲ୍ଲାର କୋଷାଗୁମୁଡ଼ାରେ ୧୪.୨ ମି.ମି. ଏବଂ ସୁନ୍ଦରଗଡ଼ ଜିଲ୍ଲାର ମନ୍ଦିରାଡ୍ୟାମ୍ ରେ ୧୩.୪ ମି.ମି. ବର୍ଷା ରେକର୍ଡ଼ ହୋଇଛି । ଭୁବନେଶ୍ଵର ସ୍ଥିତ ଆଂଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଜାରୀ ହୋଇଥିବା ଏକ ଟ୍ଵିଟ୍ ରୁ ଏହି ସୂଚନା ମିଳିଛି ।