ଭଦ୍ରକ : ଭଦ୍ରକ ସହରରେ ଥିବା ଘରୋଇ ନର୍ସିଂହୋମରେ ଅପରେସନ ବେଳେ ମହିଳାଙ୍କ ମୃତ୍ୟୁକୁ ନେଇ ସେଠାରେ ଉତେଜନା ପ୍ରକାଶ ପାଇଛି । ଗତକାଲି ରାତିରେ ଟ୍ୟୁମର ଅପରେସନ ବେଳେ ଏହି ମହିଳା ରୋଗୀଙ୍କ ମୃତ୍ୟୁ ଘଟିଥିଲା । ମୃତକ ଜଣକ ହେଲେ ସଞ୍ଜୁଲତା ପାତ୍ର । ତାଙ୍କ ଘର ଧୁଷୁରୀ ଥାନା ଅଧିନସ୍ଥ କଟସାହି ପଂଚାୟତର ଗୁହାଳିପାଳ ଗ୍ରାମରେ । ପରିବାର ଲୋକେ ସଞ୍ଜୁଲତାଙ୍କ ମୃତ୍ୟୁ ପାଇଁ ଡାକ୍ତରଙ୍କ ଅବହେଳାକୁ ଦାୟୀ କରିଛନ୍ତି । ଖବର ପାଇ ସହରାଚଂଳ ଥାନା ପୋଲିସ ଘଟଣାସ୍ଥଳରେ ପହଂଚି ତଦନ୍ତ ଚଳାଇଛି ।