ଜୟପୁର, ୧ ନଭେମ୍ବର – ଜିଏସଟି ବିଭାଗର ନିଯ୍ୟାତନା ଯୋଗୁଁ ସୁନା ବ୍ୟବସାୟୀଙ୍କ ହୋଇଛି ମୃତ୍ୟୁ ହୋଇଛି ବୋଲି ଜୟପୁର ଚାମ୍ବର ଅଫ କର୍ମସ ଅଭିଯୋଗ କରିଛି । ଆଜି ସଂନ୍ଧ୍ୟା ୫ଟାରେ ନେହୁରୁ ନଗର ସ୍ଥିତ ବେଦିକାରେ ଏକ ସାମ୍ବାଦିକ ସମ୍ମିଳନି କରି ସୂଚନା ଦିଆଯାଇଛି ଯେ ଜୟପୁର ସହରର ମୁଖ୍ୟ ରାସ୍ତାରେ ଥିବା ନ୍ୟୁ ବାସବି ଜ୍ୱେଲେରିର ମାଲିକ ହର ପ୍ରସାଦ ରାଓଙ୍କ ମୃତ୍ୟୁ ହୋଇଛି । ଏହାକୁ ନେଇ ଶନିବାର ସକାଳ ୬ ଟାରୁ ସଂନ୍ଧ୍ୟା ୬ଟା ଯାଏ ୧୨ ଘଣ୍ଟା ଦୋକାନ ବଜାର ବନ୍ଦ କରିବାକୁ ଅନୁରୋଧ କରାଯାଇଛି । ଛୋଟ ଦୋକାନ ଠାରୁ ଆରମ୍ଭ କରି ବଡ ଦୋକାନ ଯାଏ ସମସ୍ତେ ଦୋକାନ ବଜାର ବନ୍ଦ କରିବାକୁ ଅନୁରୋଧ କରାଯାଇଛି ।ଏପିର ଘଟଣାର ପୁନାରବତ୍ତି ନ ହେବା ପାଇଁ ଚାମ୍ବାର ଅଫ କମର୍ସ ତରଫରୁ ବନ୍ଦ ଡାକରା ଦିଆଯାଇଛି । ଜୟପୁର ସହରର ସମସ୍ତ ଛୋଟ ବଡ ଦୋକାନ, ବଜାର ବନ୍ଦ ପାଇ ଆହ୍ୱାନ ଦିଆଯାଇଛି । ସ୍କୁଲ କଲେଜ ସମେତ ସମସ୍ତ ସରକାରୀ ଓ ବେସରକାରୀ ଅନୁଷ୍ଠାନ ଖୋଲା ରହିବ ଗାଡି ଚଳାଚଳ କରିବ ବୋଲି ଚାମ୍ବର ଅଫ କମର୍ସର ଅଧ୍ୟକ୍ଷ ବି. ପ୍ରଭାକର ସୂଚନା ଦେଇଛନ୍ତି ।