ଭୁବନେଶ୍ୱର, 22 ଅକ୍ଟୋବର – ଭିଜିଲାନ୍ସ ଜାଲରେ ମୁଖ୍ୟଯନ୍ତ୍ରୀ । ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ କେନ୍ଦୁଝର ବୈତରଣୀ ବେସିନ୍ ମୁଖ୍ୟଯନ୍ତ୍ରୀ କୈଳାଶ ଚନ୍ଦ୍ର ସାହୁଙ୍କ ଘରେ ଭିଜିଲାନ୍ସ ରେଡ୍ କରିଛି । ଏହି ରେଡରେ ଜଣେ ଅତିରିକ୍ତ ଏସପି, 4ଜଣ ଡିଏସପି, 7ଜଣ ଇନସପେକ୍ଟର, 7ଜଣ ଏଏସଆଇ ଓ ଅନ୍ୟ ଷ୍ଟାଫ ସାମିଲ ହୋଇଛନ୍ତି । ଭୁବନେଶ୍ୱର, ପୁରୀ, କଟକ, ଯାଜପୁର ଓ କେନ୍ଦୁଝରର 10ଟି ସ୍ଥାନରେ ଚାଲିଛି ଚଢାଉ ।