ଭୁବନେଶ୍ୱର, 22 ଅକ୍ଟୋବର – ସମ୍ଭାବ୍ୟ ବାତ୍ୟା ଦାନା ପାଇଁ ରାଜ୍ୟ ସରକାର ସମ୍ପୂର୍ଣ ରୂପେ ପ୍ରସ୍ତୁତ ଥିବା କହିଛନ୍ତି ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୁଜାରୀ ।
ଏ ସମ୍ପର୍କରେ ସୂଚନା ଦେଇ ସେ କହିଛନ୍ତି ଯେ, ସମ୍ଭାବ୍ୟ ବାତ୍ୟା ପାଈଁ ରାଜ୍ୟରେ 250 ରିଲିଫ ସେଣ୍ଟର ପ୍ରସ୍ତୁତ ଅଛି । 500 ରୁ ଉର୍ଦ୍ଧ୍ୱ ଅସ୍ଥାୟୀ ବାତ୍ୟା ଆଶ୍ରୟ ସ୍ଥଳୀ ପ୍ରସ୍ତୁତ ହେଉଛି । କଲେଜ ଓ ବିଦ୍ୟାଳୟ ଗୁଡିକୁ ଅସ୍ଥାୟୀ ବାତ୍ୟା ଆଶ୍ରୟ ସ୍ଥଳୀ ଭାବେ ବ୍ୟବହାର କରାଯିବ । ଶତ ପ୍ରତିଶତ ଲୋକଙ୍କୁ ସ୍ଥାନାନ୍ତରିତକୁ ଲକ୍ଷ୍ୟ ରହିଛି ।
ସେ କହିଛନ୍ତି ଯେ, ଓଡ୍ରାଫ ଟିମ ସବୁ ସମ୍ବେଦନ ଶୀଳ ସ୍ଥାନ ଗୁଡିକରେ ପହଞ୍ଚି ସାରିଲେଣି। ଏନଡିଆରଏଫ ଟିମ ମଧ୍ୟ ବାହାରି ସାରିଲେଣି। ଅଧିକ ଏନଡିଆରଏଫ ପାଈଁ ଆମେ କେନ୍ଦ୍ରକୁ କହିଛୁ. । ସ୍ୱାସ୍ଥ୍ୟ ବିଭାଗ ଗର୍ଭବତୀ ମହିଳାଙ୍କ ତାଲିକା ମଧ୍ୟ ପ୍ରସ୍ତୁତ ସରିଛି । 25 ତାରିଖ ସବୁଠୁ ଗୁରୁତ୍ୱପୂର୍ଣ. ଯୋଗାଣ ବିଭାଗ ମଧ୍ୟ ଜିଲ୍ଲା ଗୁଡିକୁ ଆବଶ୍ୟକୀୟ ଖାଦ୍ୟ ସାମଗ୍ରୀ ପଠାଇ ସାରିଲାଣି । ବାତ୍ୟା ଆଶ୍ରୟ ସ୍ଥଳୀରେ ମହିଳାଙ୍କ ସୁରକ୍ଷା ପାଈଁ ରିଲିଫ ସେଣ୍ଟରରେ ମହିଳା ପୋଲିସ ଅଧିକାରୀ ଓ କର୍ମଚାରୀ ରହିବେ । ଗାଁ ରେ ଚୋରି ରୋକିବା ପାଈଁ ବି ପୋଲିସ ମୁତୟନ ହେବେ. ବାତ୍ୟା ସମୟରେ ହେବାକୁ ଥିବା ପରୀକ୍ଷା ଗୁଡିକୁ ଆବଶକ ପଡିଲେ ବାତିଲ କରାଯିବ