ଲକ୍ଷ୍ନୌ 10 ଅକ୍ଟୋବର : ଉତ୍ତର ପ୍ରଦେଶର ହାଥରସ ଜିଲ୍ଲାରେ ଘଟିଥିବା ସତ୍ସଙ୍ଗ ଦଳା ଚକଟା ଘଟଣାର ନ୍ୟାୟିକ ତଦନ୍ତ ପାଇଁ ଗଠିତ ଆୟୋଗ ଆଗରେ ଆଜି ସୂରଜ ପାଳ ଉର୍ଫ ଭୋଲେ ବାବା ଉପସ୍ଥିତ ହୋଇଛନ୍ତି ସୂତ୍ରମାନଙ୍କ ଅନୁସାରେ ଆୟୋଗ ସୂରଜ ପାଳଙ୍କୁ ପ୍ରାୟ ଦୁଇ ଘଣ୍ଟା ପର୍ଯ୍ୟନ୍ତ ପଚାରାଉଚରା କରା ଯାଇଥିଲା ।
ଏହି ସମୟରେ ସୂରଜ ପାଳ ଆୟୋଗ ଆଗରେ ପ୍ରାୟ ଏକ ହଜାର ଲୋକଙ୍କର ଶପଥପତ୍ର ଦାଖଲ କରିଥିଲେ। ଆୟୋଗ ଆଗରେ ସୂରଜ ପାଳଙ୍କ ଉପସ୍ଥିତି ସମୟରେ ବାହାରେ ତାଙ୍କ ଅନୁୟାୟୀ ଓ ସମର୍ଥକମାନଙ୍କର ଭିଡ଼ ଭଳି ଯାଇଥିଲା, ଯାହା ଫଳରେ ହଜରତଗଞ୍ଜ ଅଞ୍ଚଳରେ ଖୁବ ଜାମ ଲାଗି ଯାଇଥିଲା । ଲାଗିଥିଲା।
ଉଲ୍ଲେଖନୀୟ ଯେ, ହାଥରସରେ ୨ ଜୁଲାଇରେ ସୂରଜ ପାଳଙ୍କ ସତ୍ସଙ୍ଗରେ ହୋଇଥିବା ଦଳା ଚକଟା ଦୁର୍ଘଟଣାରେ ଅନେକ ଲୋକଙ୍କ ମୃତ୍ୟୁ ଘଟିଥିଲା, ଯାହା ପରେ ଏହି ଘଟଣାର ତଦନ୍ତ ପାଇଁ ଯୋଗୀ ସରକାର ଏକ ନ୍ୟାୟିକ ଆୟୋଗ ଗଠନ କରିଥିଲେ ।