କୋଲକାତା, 8 ଅଗଷ୍ଟ : -ପଶ୍ଚିମବଙ୍ଗରେ 34 ବର୍ଷ ଧରି ବାମ ମୋର୍ଚ୍ଚା ଶାସନର ଦ୍ୱିତୀୟ ତଥା ଅନ୍ତିମ ମୁଖ୍ୟମନ୍ତ୍ରୀ ତଥା ବୟୋଜ୍ୟେଷ୍ଠ ବାମପନ୍ଥୀ ନେତା ବୁଦ୍ଧଦେବ ଭଟ୍ଟାଚାର୍ଯ୍ୟଙ୍କ ବିୟୋଗ । ମୃତ୍ୟୁ ବେଳକୁ ତାଙ୍କୁ 80 ବର୍ଷ ବୟସ ହୋଇଥିଲା । ଗୁରୁବାର ସକାଳେ ତାଙ୍କ ପୁଅ ସୁଚେତନ ଭଟ୍ଟାଚାର୍ଯ୍ୟ ଏହି ସୂଚନା ଦେଇଛନ୍ତି । ବୁଦ୍ଧଦେବ ଭଟ୍ଟାଚାର୍ଯ୍ୟ 2000ରୁ 2011 ଯାଏ ଲଗାତର 11 ବର୍ଷ ଧରି ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ଭାବେ କାର୍ଯ୍ୟ କରିଥିଲେ । ଗୁରୁବାର ସକାଳେ ତାଙ୍କ ପୁଅ ସୁଚେତନ କହିଛନ୍ତି ଯେ, ସକାଳେ ବୁଦ୍ଧଦେବ ଜଳଖିଆ କରିଥିଲେ, କିନ୍ତୁ ଏହାପରେ ହଠାତ ତାଙ୍କ ସ୍ୱାସ୍ଥ୍ୟ ଖରାପ ହୋଇଯାଇଥିଲା ଏବଂ ସକାଳ 8.20 ମିନିଟ ସମୟରେ ପାମ ଏଭିନ୍ୟୁ ସ୍ଥିତ ତାଙ୍କ ଘରେ ହିଁ ତାଙ୍କ ବିୟୋଗ ହୋଇଯାଇଥିଲା । ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି ।