ଭୁବନେଶ୍ୱର, 8 ଅଗଷ୍ଟ – ବାଂଲାଦେଶରେ ଅସ୍ଥିରତା ପରେ ଓଡିଶାକୁ ଅନୁପ୍ରବେଶ ଆଶଙ୍କା ରହିଛି। ଏଥିନେଇ ବାଂଲାଦେଶୀଙ୍କ ପ୍ରତି ନଜର ରଖାଯାଇଛି ବୋଲି କହିଛନ୍ତି ପୋଲିସ ଡିଜି ଅରୁଣ ଷଡଙ୍ଗୀ। ସେ କହିଛନ୍ତି ଯେ ଅନୁପ୍ରବେଶକାରୀ ସମୁଦ୍ର ପଥରେ ବୋଟ୍ ଯୋଗେ ଆସିବା ସମ୍ଭାବନା ଥିବାରୁ ନଜର ରଖାଯାଇଛି। ପାଟ୍ରୋଲିଂ ବଢ଼ାଇବାକୁ ୧୮ଟି ସାମୁଦ୍ରିକ ଥାନାକୁ ନିର୍ଦ୍ଦେଶ ଦିଆଯାଇଛି। ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ାକୁ ବିଶେଷ ଭାବେ ଆଲର୍ଟ କରାଯାଇଛି। ବାଂଲାଦେଶ ଠାରୁ ପାଖ ଏହି ୩ ଜିଲ୍ଲାର ୯ଟି ସାମୁଦ୍ରିକ ଥାନାକୁ ଆଲର୍ଟ କରାଯାଇଛି। ସମୁଦ୍ରରେ ୫ ନଟିକାଲ ମାଇଲ୍ ପର୍ଯ୍ୟନ୍ତ ପାଟ୍ରୋଲିଂ ପାଇଁ ନିର୍ଦ୍ଦେଶ ଦିଆଯାଇଛି। ସବୁ ସାମୁଦ୍ରିକ ଥାନାକୁ ଅଧିକ ଷ୍ଟାଫ୍ ଓ ସହଯୋଗ ଯୋଗାଇ ଦିଆଯାଇଛି। ତିନି ଥାକିଆ ସୁରକ୍ଷା ବ୍ୟବସ୍ଥା ହୋଇଛି ଏବଂ କଡ଼ା ନଜର ରଖାଯାଇଛି।
ଏହା ବ୍ୟତୀତ ଯେଉଁ ସବୁ ତଟବର୍ତୀ ଅଂଚଳରେ ମତ୍ସ୍ୟଜୀବୀ ମାନେ ରହୁଛନ୍ତି ।ସଠାରେ ଫୋର୍ସ ନିୟୋଜିତ କରାଯାଇଛି। ଆଜି ଏନେଇ ରାଜ୍ୟ ସରକାରଙ୍କ ସହ ଏକ ହାଇ ଲେବଲ ମିଟିଂ ଅଛି। ଆଉ ଯାହା ପଦକ୍ଷେପ ଆବଶ୍ୟକ ତାହା ମଧ୍ୟ ନିଆଯିବ ବୋଲି ଡିଜିପି କହିଛନ୍ତି।