ଭୁବନେଶ୍ୱର, 8 ଅଗଷ୍ଟ – ଆୟ ବର୍ହିଭୂତ ସମ୍ପତି ଠୁଳ ଅଭିଯୋଗରେ ଆଠଗଡ଼ ବିଡିଓ ପ୍ରଦୀପ କୁମାର ସାହୁଙ୍କୁ ଭିଜିଲାନ୍ସ ଗିରଫ କରିଛି।
ଗତକାଲି ପ୍ରଦୀପଙ୍କ ପୈତୃକ ଘର ସମେତ ଭୁବନେଶ୍ୱର, ଖୋର୍ଦ୍ଧା, ନୟାଗଡ଼ ଓ ଆଠଗଡ଼ ସମେତ ଏକକାଳୀନ ୮ଟି ସ୍ଥାନରେ ଭିଜିଲାନ୍ସ ଟିମ୍ ରେଡ୍ କରିଥିଲା। ଭୁବନେଶ୍ୱର ଭିଜିଲାନ୍ସ ଡିଭିଜନ ପକ୍ଷରୁ ପ୍ରଦୀପଙ୍କ ଭୁବନେଶ୍ୱର ଗୌତମନଗରସ୍ଥିତ ଶ୍ରୀ ଏନକ୍ଲେଭ୍ ଆପାର୍ଟମେଂଟ ଦ୍ୱିତୀୟ ମହଲାରେ ଥିବା ଘର, ଖୋର୍ଦ୍ଧା ଭଲିଆବାଡ଼ିରେ ଥିବା ବିଲ୍ଡିଂ, ରାଜସୁନାଖଳାରେ ଥିବା ୩ ମହଲା କୋଠା,ରାଜ ସୁନାଖଳାରେ ଥିବା ପୈତୃକ ଘର, ଖୋର୍ଦ୍ଧା ପିଚୁକୁଳିରେ ଥିବା ସମ୍ପର୍କୀୟଙ୍କ ଘର, ଆଠଗଡ଼ରେ ଥିବା ଅଫିସ ଓ କ୍ୱାର୍ଟସରେ ରେଡ୍ କରାଯାଇଥିଲା।
ଚଢ଼ାଉବେଳେ ବିଡିଓଙ୍କର ଭୁବନେଶ୍ୱରରେ ୨ଟି କୋଠା, ଗୋଟିଏ ଫ୍ଲାଟ ଠାବ କରାଯାଇଥିଲା। ସେହିପରି ୩ଟି ପ୍ଲଟ, ୪୭ ଲକ୍ଷର ଜମା, ୬ ଲକ୍ଷ ନଗଦ ଟଙ୍କା ଓ୪୫୨ ଗ୍ରାମ୍ ସୁନା, ୨ଟି କାର୍ ମଧ୍ୟ ପାଇଥିଲା ଭିଜିଲାନ୍ସ।