ମୁମ୍ବାଇ/ନୂଆଦିଲ୍ଲୀ,୮ ଅଗଷ୍ଟ- ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ (ଆରବିଆଇ) ଏକକାଳୀନନେଣଦେଣ ଇଂଟରଫେସ (ୟୁପିଆଇ) ଉପଭୋକ୍ତାଙ୍କୁ ବଡ ଆଶ୍ଵସ୍ତି ଦେଇଛନ୍ତି । ରିଜର୍ଭ ବ୍ୟାଙ୍କ
ୟୁପିଆଇ ଜରିଆରେ ନେଣଦେଣର ସୀମାକୁ ୧ ଲକ୍ଷ ଟଙ୍କାରୁ ୫ ଲକ୍ଷକୁ ବୃଦ୍ଧି କରିଛନ୍ତି । ଆରବିଆଇ
ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ଗୁରୁବାର ମୌଦ୍ରିକ ନୀତି ସମିତି (ଏମପିସି)ର ତିନି ଦିବସୀୟ
ଦ୍ଵିମାସିକ ବୈଠକରେ ନିଆଯାଇଥିବା ନିଷ୍ପତି ବାବଦରେ ସୂଚନା ଦେଇ ସେ କହିଥିଲେ ଯେ,
ୟୁପିଆଇ ନିଜର ସହଜ ସୁବିଧା ଦ୍ଵାରା ନେଣଦେଣର ସବୁଠୁ ପସନ୍ଦଯୋଗ୍ୟ
ମାଧ୍ୟମ ପାଲଟିଛି । ଏମପିସି ୟୁପିଆଇ ଜରିଆରେ ନେଣଦେଣର ସୀମାକୁ ୫ ଲକ୍ଷକୁ ବୃଦ୍ଧି କରିଛନ୍ତି ।
ବର୍ତମାନ ୟୁପିଆଇ ନିମନ୍ତେ କର ଡିପୋଜିଟ୍ ର ସୀମା ୧ ଲକ୍ଷ ଟଙ୍କା ରହିଛି ।ଏମପିସି ବୈଠକ ପରେ ଏଠାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧିତ କରି ଶକ୍ତିକାନ୍ତ ଦାସ କହିଥିଲେ ଯେ, ବିଭିନ୍ନ ଉପଯୋଗ
ମାମଲାର ଆଧାରରେ ରିଜର୍ଭ ବ୍ୟାଙ୍କ ପୁଞ୍ଜି ବାଜାର, ଆଇପିଓ ଅଭିଦାନ,ଋଣ ସଂଗ୍ରହ, ବୀମା,ଚିକିତ୍ସକୀୟ ଓ ଶୈକ୍ଷିକ ସେବା ଆଦି ଭଳି କିଛି ଶ୍ରେଣୀ ପାଇଁ ସୀମା ଗୁଡିକର ସମୀକ୍ଷା କରିଛନ୍ତି । ଏବଂ ତାହାକୁ ବୃଦ୍ଧି କରିଛନ୍ତି ।