ଭୁବନେଶ୍ୱର, 7 ଅଗଷ୍ଟ – ଓଡ଼ିଶା ସମେତ ୯ ରାଜ୍ୟରେ ଖାଲି ପଡିଥିବା ରାଜ୍ୟସଭା ଆସନରେ ଆସନ୍ତା ସେପ୍ଟେମ୍ବର ୩ ତାରିଖରେ ଉପ-ନିର୍ବାଚନ କରାଯିବ। ଏଥିପାଇଁ ଆସନ୍ତା ୧୪ ତାରିଖରେ ବିଜ୍ଞପ୍ତି ଜାରି ହେବ। ନାମାଙ୍କନର ଶେଷ ତାରିଖ ରହିଛି ୨୧ ଅଗଷ୍ଟ। ୨୨ ତାରିଖ ନାମାଙ୍କନ ଯାଂଚ ହେବ। ଓଡ଼ିଶା ପାଇଁ ନାମାଙ୍କନ ପ୍ରତ୍ୟାହରର ଶେଷ ତାରିଖ ରହିଛି ଅଗଷ୍ଟ ୨୭ ତାରିଖ। ମମତା ମହାନ୍ତଙ୍କ ଇସ୍ତଫା ପରେ ଓଡ଼ିଶାରେ ଗୋଟିଏ ଆସନ ପାଇଁ ରାଜ୍ୟସଭା ନିର୍ବାଚନ ହେବ।