ଭୁବନେଶ୍ୱର, 29 ଜୁଲାଇ- ଆଜି ଦ୍ୱିତୀୟ ଶ୍ରାବଣ ସୋମବାର। ଏଥିପାଇଁ ଚଳଚଞ୍ଚଳ ହୋଇଉଠିଛି ରାଜ୍ୟର ପ୍ରମୁଖ ଶୈବପୀଠ। ସକାଳୁ ସକାଳୁ ବିଭିନ୍ନ ଶିବମନ୍ଦିରରେ ଲାଗିଛି କାଉଡ଼ିଆଙ୍କ ଲମ୍ବା ଧାଡ଼ି। ଶିବଲିଙ୍ଗରେ ଜଳାଭିଷେକ କରିଛନ୍ତି ହଜାର ହଜାର ଭକ୍ତ । କଟକର ପ୍ରସିଦ୍ଧ ଧବଳେଶ୍ୱର ଶୈବପୀଠ, ଲିଙ୍ଗରାଜଳ ଲୋକନାଥ, କପିଳାସ, ଆଖଣ୍ଡଳମଣି, ଲଡୁବାବା, ଗୁପ୍ତେଶ୍ୱର ଆଦି ପୀଠରେ କାଉଡିଆଙ୍କ ଭିଡ ଜମିଛି ।