– ମନ୍ତ୍ରୀ ମାନନ୍ତୁ ବିଭ୍ରାଟ ହୋଇଛି : ବିରୋଧୀ
– ବିରୋଧୀଙ୍କ ଅଭିଯୋଗ ନିରାଧାର : ଆଇନ ମନ୍ତ୍ରୀ
ଭୁବନେଶ୍ୱର, 26 ଜୁଲାଇ – କଂଗ୍ରେସ ପକ୍ଷରୁ ଆଗତ ମୁଲତବି ପ୍ରସ୍ତାବ’ ଚଳିତ ୨୦୨୪ ପୁରୀ ରଥଯାତ୍ରା ରେ ନୀତି ମହା ବିଭ୍ରାଟ ସରକାର ନିରବ ଦ୍ରଷ୍ଟା ‘ ଆଲୋଚନାରେ ସରଗରମ ହୋଇଛି ଗୃହ । ମୁଲତବି ପ୍ରସ୍ତାବ ଆଲୋଚନାର ଉତରରେ ଆଇନ୍ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଦେଇଥିବା ବିବୃତିରେ ଅସନ୍ତୋଷ ପ୍ରକାଶ କରି ଉଭୟ ବିଜେଡି ଓ କଂଗ୍ରେସ ସଦସ୍ୟମାନେ କକ୍ଷତ୍ୟାଗ କରିଥିଲେ ।
କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କଡାମ କହିଛନ୍ତି ରଥଯାତ୍ରାରେ ମହା ବିଭ୍ରାଟ ଘଟିଛି, ବଡ଼ ଅଘଟଣ ଘଟିଛି କେବେ ବି ଏଭଳି ଦେଖିବାକୁ ମିକିନଥିଲା । ବଳଭଦ୍ର ତଳେ ପଡିଲେ । ସରକାର ଭଗବାନଙ୍କ ନାମ ନେଇ ଆସିଛନ୍ତି ମହାବିଭ୍ରାଟ ପରେ କହୁଛନ୍ତି ଅଭିଯୋଗ ନିରାଧାର । ବିଭ୍ରାଟ କିଛି ହୋଇନି । ସମସ୍ୟା ଲୁଚାଇବା ଦୁଃଖ ଓ ପରିତାପର ବିଷୟ । ଏହା ସରକାର ପାଇଁ ସତର୍କ ଘଂଟି । ଭଗବାନ ଙ୍କ ଲୀଳା କହି ଭକ୍ତଙ୍କୁ ଆଘାତ ଦେଇଛନ୍ତି ବୋଲି କହିଛନ୍ତି କଂଗ୍ରେସ ବିଧାୟକ ଦଳ ନେତା ।
ବିରୋଧୀ ଦଳ ଉପନେତା ପ୍ରତାପ ଦେବ କହିଛନ୍ତି ଆଇନ ମନ୍ତ୍ରୀ ଗୃହରେ କହିଲେ ଯେ ରଥଯାତ୍ରା ସମୟରେ କିଛି ନୀତି ବିଭ୍ରାଟ ହୋଇନି । ତାହେଲେ ଗଣମାଧ୍ୟମ ଯାହା ଦେଖାଇଲା କଣ ମିଛ? ମହାପ୍ରଭୁ ବଳଭଦ୍ର ପହଣ୍ଡି ସମୟରେ ମୁହଁ ମାଡି ପଡିବା କଣ ମିଛ, ରଥ ପାଖରେ ଦଳାଚକଟା ହୋଇ ଜଣେ ପ୍ରାଣ ହରାଇବା କଣ ମିଛ, ଅଣସେବାୟତଙ୍କ ହାତ ଟାଣି ରଥରୁ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ବାହାର କରିବା କଣ ମିଛ । ଆଇନ ମନ୍ତ୍ରୀ ସତ ନ ମାନିବାରୁ ଆମେ ମୁଲତବି ଆଲୋଚନା ସମୟରେ କକ୍ଷତ୍ୟାଗ କଲୁ ।
ସେହିପରି ବିଜେଡି ବିଧାୟକ ବ୍ୟୋମକେଶ ରାୟ କହିଛନ୍ତି ଘଟଣା ଘଟିବା ଦିନ ପ୍ରଶାସକ କି ମନ୍ତ୍ରୀ ନଥିଲେ । ଘଟଣା ଘଟିବା ପରେ ରାତି ୧୦ ରେ ଆଇନ ମନ୍ତ୍ରୀ ପଂହଁଚିଲେ । ଏହି ଘଟଣା ପରେ ମନ୍ତ୍ରୀ ଓ ଉପ ମୁଖ୍ୟମନ୍ତ୍ରୀ କହୁଛନ୍ତି ଏହା ଛୋଟ ଘଟଣା ଓ ପ୍ରଭୁଙ୍କ ଲୀଳା । ଏହା କହିବା ଓଡ଼ିଶାବାସୀ ଓ ଜଗନ୍ନାଥ ପ୍ରେମୀଙ୍କୁ ଆଘାତ ଦେଇଛି । ଜଣଙ୍କ ର ମୃତ୍ୟୁ ଘଟିଲା, ଦଲା ଚକଟା ହେଲା, ଲାଠି ଚାର୍ଜ ହେଲା, ଟ୍ରାଫିକ ଅବବ୍ୟବସ୍ଥା ହେଲା, ଆମ୍ବୁଲାନ୍ସ ଯିବା ପାଇଁ ରାସ୍ତା ନଥିଲା । ମହା ପ୍ରଭୁ ତଳେ ପଡିଲେ । ଏହା ପରେ ବି ମନ୍ତ୍ରୀ କହୁଛନ୍ତି ଏହା ଛୋଟ ଘଟଣା , ଏହା ଲଜ୍ୟା ଜନକ । ଏହି ରଥଯାତ୍ରା ଲାଗୁଥିଲା ବିଜେପି ଦଳର ରଥଯାତ୍ରା । ରଥଯାତ୍ରା ହେଉଛି ସରକାର କଣ ଉତର ଦେବେ ବିଜେପି ରାଜ୍ୟ ସଭାପତି ପ୍ରେସ ରିଲିଜ ଦେଉଥିଲେ । ଘଟଣାକୁ ହାଲକା ଭାବେ ସରକାର ନେଇଛନ୍ତି । ଅଣସେବାୟତ ରଥ ଉପରେ ଚଢିଲେ କଣ କାର୍ଯ୍ୟାନୁଷ୍ଠାନ ହେଲା । ଲୋକଙ୍କ ମୃତ୍ୟୁ ହେଲା, ମହା ପ୍ରସାଦ ଢଳା ହେଲା ଏହା ଉପରେ ମନ୍ତ୍ରୀ ଉତର ରଖିନାହାନ୍ତି । ବିଭ୍ରାଟ ହୋଇଛି ବୋଲି ଆଇନ ମନ୍ତ୍ରୀ ମାନନ୍ତୁ ଓ ପଦକ୍ଷେପ କଣ ନେଇଛନ୍ତି କୁହନ୍ତୁ ।
ଏଭଳି ଅଭିଯୋଗ ବିରୋଧୀ ଦଳ ଆଣିଥିବା ବେଳେ ଆଇନ ମନ୍ତ୍ରୀ କହିଛନ୍ତି ଏହି ଅଭିଯୋଗ ନିରାଧାର । ରଥଯାତ୍ରା ସଫଳତା ସହ ସମ୍ପନ୍ନ ହୋଇଛି । ଅଣ ସେବାୟତଙ୍କ ଉପରେ କାର୍ଯ୍ୟନୁଷ୍ଠାନ ହୋଇଛି ତାହା ସମସ୍ତେ ଦେଖିଛନ୍ତି । ମନ୍ତ୍ରୀ କହିଛନ୍ତି ଦଳାଚକଟାରେ କେହି ମରିନାହାନ୍ତି । ହୃଦଘାତରୁ ସଇଁତଳାର ଜଣେ ବ୍ୟକ୍ତି ମୃତ୍ୟୁବରଣ କରିଛନ୍ତି । ବିରୋଧୀ ମିଥ୍ୟା ଅବତାରଣା କରିଛନ୍ତି । ମହାପ୍ରଭୁ ନୀତିକାନ୍ତିରେ କୌଣସି ଅସୁବିଧା ହୋଇନାହିଁ । ସଠିକ ଭାବେ କାର୍ଯ୍ୟ କରାଯାଇଛି । ଯିଏ ବିଜେଡ଼ିକୁ ଚଳାଉ ଥିଲେ, ତାଙ୍କ ବିନା ନିର୍ଦ୍ଦେଶରେ ପତ୍ର ହଲୁ ନଥିଲା । ସେଥିପାଇଁ ଗତ ଆଠ ବର୍ଷ ଧରି, ମହାପ୍ରଭୁଙ୍କ ମଙ୍ଗଳ ଆଳତି ଓ ଦ୍ୱାରଫିଟା ନୀତି ସେ ଦର୍ଶନ କରିବା ପାଇଁ ଅଧଘା ବିଳମ୍ବ ହେଉଥିଲା ।
୨୦୨୦ ରେ ମହାପ୍ରଭୁ ରଥଯାତ୍ରା ବନ୍ଦ କରିବାକୁ ସୁପ୍ରିମ କୋର୍ଟ ଯାଇଥିଲେ, ଜଗନ୍ନାଥଙ୍କ ସୁରକ୍ଷା ସବୁଠୁ ସର୍ବୋଚ୍ଚ, ସେଥିପାଇଁ ଚାରିଦ୍ୱାର ଖୋଲାଗଲା, ରତ୍ନ ଭଣ୍ଡାର ଖୋଲାଗଲା, କାର୍ପାସ ଫଣ୍ଡ କରାଯାଇଛି ବୋଲି କହିଛନ୍ତି ଆଇନ ମନ୍ତ୍ରୀ ।