ଭୁବନେଶ୍ୱର, 26 ଜୁଲାଇ – ରାଜ୍ୟରେ ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ୧୭ ହାଜର ୭୬୧ ଶିକ୍ଷକ ପଦବୀ ଖାଲି ଅଛି । ଖୁବ ଶୀଘ୍ର ୧୬,୫୧୯ ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ଶିକ୍ଷକ ପଦ ସୃଷ୍ଟି କରିବେ ବୋଲି ମୁଖ୍ୟମନ୍ତ୍ରୀ ମୋହନ ମାଝୀ ନିଷ୍ପତି ନେଇଛନ୍ତି ବୋଲି ସିମୁଳିଆ ବିଧାୟକ ପଦ୍ମଲୋଚନ ପଣ୍ଡାଙ୍କ ପ୍ରଶ୍ନର ଉତରରେ କହିଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ।
ସେ କହିଛନ୍ତି ବିଭିନ୍ନ ସ୍କୁଲର ନିଜସ୍ୱ ଜମି ନଥିବା କଥା ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଅବଗତ ଅଛନ୍ତି । ସେ ଓ ରାଜସ୍ୱ ମନ୍ତ୍ରୀ ଏ ଦିଗରେ ଆଲୋଚନା କରିଛନ୍ତି ।ର