କୋରେଇ : ଗାଁ କଲ୍ୟାଣ ସମିତି ଅଳତିରି ଓ ଗାଁ କଲ୍ୟାଣ ସମିତି ପାଣିକୋଇଲି ପକ୍ଷରୁ ଏକ ସାସ୍ଥ୍ୟ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ପାଣିକୋଇଲି ପଞ୍ଚାୟତ ସରପଞ୍ଚ ପଦ୍ମାବତୀ ପଣ୍ଡା, ପାଣିକୋଇଲି ସାସ୍ଥ୍ୟକେନ୍ଦ୍ରର ଆୟୁଷ ଡାକ୍ତର ସାଗରିକା ଦାଶ, ଏ.ଏନ.ଏମ. ମମତା ଦାଶ, କୋରେଇ ସାସ୍ଥ୍ୟକେନ୍ଦ୍ରର ଏମପିଏଚ ଡବ୍ଲ୍ୟୁ ପ୍ରଶନ୍ନ ଜେନା, ମହିଳା ସ୍ଵୟଂ ସହାୟକ ଗୋଷ୍ଠୀ, ବିଭିନ୍ନ ବିଦ୍ୟାଳୟର ଛାତ୍ର ଛାତ୍ରୀ ପ୍ରମୁଖ ଏହି କାର୍ଯ୍ୟକ୍ରମରେ ଯୋଗଦେଇଥିଲେ ।
ଏହି ଅବସରରେ ଏକ ସଚେତନତା ଶୋଭାଯାତ୍ରା ପାଣିକୋଇଲି ପଞ୍ଚାୟତ ଅଫିସରୁ ବାହାରି ଅଳତିରି ଓ ପାଣିକୋଇଲି ଗ୍ରାମ୍ୟ ପରିକ୍ରମା କରି କଲ୍ୟାଣ ମଣ୍ଡପଠାରେ ପହଞ୍ଚିଥିଲା । ସରପଞ୍ଚ ପଦ୍ମାବତୀ ପଣ୍ଡାଙ୍କ ସଭାପତିତ୍ୱରେ ତଥା ଅଳତିରି ଅଙ୍ଗନବାଡି କର୍ମୀ ମୀନା କୁମାରୀ ପୃଷ୍ଟିଙ୍କ ସଞ୍ଚାଳନାରେ ସଭା ପରିଚାଳନା କରାଯାଇଥିଲା । ବିଦ୍ୟା କଲେଜର ଛାତ୍ର ଛାତ୍ରୀ ମାନଙ୍କ ଦ୍ୱାରା କୁଷ୍ଠ, ମେଲେରିଆ, ଯକ୍ଷ୍ମା, ଡେଙ୍ଗୁ, ଫାଇଲେରିଆ ତଥା ବିଶ୍ୱ ସ୍ତନ୍ୟପାନ ସପ୍ତାହ ଉପରେ ଏକ କ୍ଷୁଦ୍ର ନାଟକ ପରିବେଷଣ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ଶତାଧିକ ସଭ୍ୟ ସଭ୍ୟା ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସଫଳ କରିଥିଲେ ।