ଭୁବନେଶ୍ୱର – ୬ ଜଣ ବରିଷ୍ଠ ଓଏଏସ୍ ଅଫିସରଙ୍କୁ ମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଓ ଓଏସଡି ଭାବେ ଦାୟିତ୍ୱ ଦିଆଯାଇଛି । ୪ ଜଣଙ୍କୁ ବ୍ୟକ୍ତିଗତ ସଚିବ ଓ ୨ ଜଣଙ୍କୁ ଓଏଏସଡି ଦାୟିତ୍ୱ ମିଳିଛି । କେନ୍ଦ୍ରାପଡା ଏଡିଏମ୍ ପୀତାମ୍ବର ସାମଲଙ୍କୁ ହସ୍ତତନ୍ତ ଓ ବୟନଶିଳ୍ପ ମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଦାୟିତ୍ୱ ମିଳିିଛି । ସେହିପରି ବୌଦ୍ଧ ଏଡିଏମ୍ ଦିଲ୍ଲୀପ ମହାପାତ୍ରଙ୍କୁ ଜଙ୍ଗଲ ଓ ପରିବେଶ, ଶ୍ରମ ମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଦାୟିତ୍ୱ ମିଳିିଛି । ମଧୁସୂଦନ ବେହେରା ଖାଦ୍ୟ ଯୋଗାଣ, ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀଙ୍କ ପିଏସ୍ , ବାଦଲ କୁମାର ମହାନ୍ତି ମତ୍ସ୍ୟ ସମ୍ପଦ ମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ନିଯୁକ୍ତି ମିଳିଛି । ସିଦ୍ଧାର୍ଥ ଶଙ୍କର ସାହୁଙ୍କୁ ଶିଳ୍ପ ଓ ଦକ୍ଷତା ବିକାଶ ମନ୍ତ୍ରୀଙ୍କ ଓଏସଡି ଓ ଆଶିଷ ଭୋଇଙ୍କୁ ଏମଏସଏମଇ, ଏସ୍ଟି/ଏସ୍ସି କଲ୍ୟାଣ ମନ୍ତ୍ରୀଙ୍କ ଓଏସଡି ଭାବେ ନିଯୁକ୍ତି ମିଳିଛି । ଏନେଇ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି ।