ବଲାଙ୍ଗୀର, ୦୭ ଜୁଲାଇ – ପ୍ରତିବର୍ଷ ପରି କେଉଁ କାଳରୁ ଚାଲି ଆସୁଥିବା ଚଳିତ ବର୍ଷ ପ୍ରବଳ ବର୍ଷା ସତ୍ୱେ ଅନୁଷ୍ଠିତ ହୋଇଯାଇଛି । ସବୁବର୍ଷ ପରି ଦେବତୋର ବିଭାଗ ଦ୍ୱାରା ଅନୁଷ୍ଠିତ ହେଉଥିବା ଗୋପାଳଜୀଉ ଙ୍କ ରଥଯାତ୍ରା ଆଗରୁ ପୂଜାରେ ବଲାଙ୍ଗିର ବିଧାୟକ କଳିକେଶ ନାରାୟଣସିଂଦେଓ ଓ ତାଙ୍କର ଧର୍ମପତ୍ନୀ ମେଘନା ସିଂହଦେଓ କର୍ତା ଭାବରେ ଉପସ୍ଥିତ ରହି ପୂଜାକାର୍ଯ୍ୟ ସମ୍ପାଦନ କରିଥିଲେ ଅନ୍ୟମାନଙ୍କ ମଧ୍ୟରେ ବଲାଙ୍ଗିର ନଗରପାଳ ଲିକା ସାହୁ ଉପ ଜିଲ୍ଲାପାଳ ଥିଲେ । ଦିନ ୩.୩୦ରେ ପହଣ୍ଡି ହୋଇଥିଲା ବଲାଙ୍ଗିର ଜିଲାପାଳ ଗୌରବ ଶିବାଜୀ, ଏସ୍ପି ହୃଶୀକେଶ ଖିଲାରି ଛେରାପହଁରା ଓ ଅନ୍ୟାନ୍ୟ ପହଣ୍ଡି କାର୍ଯ୍ୟ କରିଥିଲେ କ୍ଷ ଟିକରାପଡ଼ା ର ଚାନ୍ଦ ମନ୍ଦିର, ଶୈଳଶ୍ରୀ ପ୍ୟାଲେସ ର ଜଗନ୍ନାଥ, ସାହାଣୀ ମନ୍ଦିର, ଜଗନ୍ନାଥ ପଡାର ଜଗନ୍ନାଥ, ଠିକାଦାର ପଡା ଜଗନ୍ନାଥ, ତଥା ଅନ୍ୟାନ୍ୟଛୋଟ ବଡ ରଥ ଆଜି ବର୍ଷା ସତ୍ୱେ ଅନୁଷ୍ଠିତ ହୋଇଥିଲା । ଠିକ ଚାରିଟା ପନ୍ଦର ମିନିଟ୍ରୁ ବର୍ଷା ଆରମ୍ଭ ହୋଇ ସନ୍ଧ୍ଯା ଛଅଟା ପର୍ଯ୍ୟନ୍ତ ବର୍ଷ ଚାଲିଥିବା ଯୋଗୁଁ ରଥଟଣା ବିଳମ୍ବିତ ହୋଇଥିଲା କ୍ଷ ତେଣୁ ମାଉସୀ ମନ୍ଦିରକୁ ରଥ ପହଁଚିବା ବିଳମ୍ବିତ ହୋଇଛି ।
ବଲାଙ୍ଗୀରରେ ରଥଯାତ୍ରାର ପରଂପରା ବହୁ ପ୍ରାଚୀନ । ସମ୍ଭବତଃ ପାଟଣା ରାଜ୍ୟର ଶାସନ ମୁଖ୍ୟ ରମାଇଦେଓଙ୍କ ସମୟରୁ ଏହା ଆରମ୍ଭ ହୋଇଥିବା ଜଣାପଡେ । ଚଳିତ ବର୍ଷ ପବିତ୍ର ଘୋଷଯାତ୍ରା ଅବସରରେ ବଲାଙ୍ଗିର ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ବିଭାଗ ର ଆୟୋଜନରେ ଏହି ଘୋଷଯାତ୍ରାର ଧାରାବିବରଣୀ ପ୍ରଦାନ କରାଯାଇଥିଲା ।ସହରର ମୁଖ୍ଯ ରାସ୍ତାରେ ଥିବା ଆଶିଷ ପ୍ଲାଜା ଠାରେ ସୂଚନା ଓ ଲୋକସମ୍ପର୍କ ବିଭାଗ ଅଧିକାରୀ ସରୋଜ କୁମାର ସାହୁଙ୍କ ପରିଚାଳନାରେ, ଶିକ୍ଷାବିତ୍ ସନାତନ ଠାକୁର, କବି ମଧୁସୂଦନ ନାୟକ,ସାମ୍ବାଦିକ ସନ୍ଦୀପ କୁମାର କୁଅଁର, ଅଧ୍ୟାପିକା ପ୍ରବଚିକା ଏଲୋରା ମିଶ୍ର ପ୍ରମୁଖ ବଲାଙ୍ଗୀର ର ରଥଯାତ୍ରା ପରଂପରା, ଜଗନ୍ନାଥ ତତ୍ୱ, ଜଗନ୍ନାଥ ସଂସ୍କୃତି ସହ ବଲାଙ୍ଗିରର ସଂପର୍କ ରେ କହି ଧାରା ବିବରଣୀ ପ୍ରଦାନ କରିଥିଲେ । ଏହି କେନ୍ଦ୍ର ରେ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ କାର୍ଯ୍ୟାଳୟ ର କେଶବ ବାଗ, ସୁରେଶ ପଟେଲ, କମଳା କାନ୍ତ ସାହୁ ପ୍ରମୁଖ ସହଯୋଗ କରିଥିଲେ ।