ଲଣ୍ଡନ, 5 ଜୁଲାଇ – ବ୍ରିଟେନର ପ୍ରଧାନମନ୍ତ୍ରୀ ଓ କଂଜର୍ଭେଟିଭ ପାର୍ଟିର ନେତା ଋଷ ସୁନକ ସାଧାରଣ ନିର୍ବାଚନରେ ନିଜ ପରାଜୟ ସ୍ୱୀକାର କରିଛନ୍ତି । ସେ ଲେବର ପାର୍ଟିର ନେତା କୀର ଷ୍ଟର୍ମରଙ୍କୁ ବିଜୟ ପାଇଁ ଶୁଭେଚ୍ଛା ଜଣାଇଛନ୍ତି । ବ୍ରିଟେନରେ ଲେବର ପାର୍ଟି 14 ବର୍ଷ ପରେ କ୍ଷମତାକୁ ଫେରିଛି । ଲେବର ପାର୍ଟି ସରକାର ଗଠନ ପାଇଁ ଆବଶ୍ୟକ 326 ସିଟର ଅଙ୍କ ପାର୍ କରିଛି । ପ୍ରଧାନମନ୍ତ୍ରୀ ଋଷ ସୁନକ ନିଜର ପ୍ରଥମ ବୟାନରେ ଇସ୍ତଫା ଦେବା ନେଇ ମଧ୍ୟ ଘୋଷଣା କରିଛନ୍ତି ।
ନିର୍ବାଚନ ଫଳାଫଳର ଧାରା ଅନୁଯାୟୀ, କିର ଷ୍ଟାର୍ମରଙ୍କ ନେତୃତ୍ୱରେ ଲେବର ପାର୍ଟି 1997ର ବଡ ବିଜୟ ଆଡକୁ ଗତି କରୁଛି। ଲେବର ପାର୍ଟି ଏପର୍ଯ୍ୟନ୍ତ 352 ଟି ଆସନ ଜିତିଛି। ବର୍ତ୍ତମାନର ପ୍ରଧାନମନ୍ତ୍ରୀ ଋଷି ସୁନକଙ୍କ ପାର୍ଟି ଏପର୍ଯ୍ୟନ୍ତ ମାତ୍ର 74 ଟି ସିଟ୍ ଜିତିବାରେ ସକ୍ଷମ ହୋଇଛି। ବ୍ରିଟେନର ନୂତନ ପ୍ରଧାନମନ୍ତ୍ରୀ ଲେବର ପାର୍ଟିର ଷ୍ଟା୍ରମର୍ ହେବା ନିଶ୍ଚିତ ହୋଇଛି ।