ଭୁବନେଶ୍ୱର, 13 ଜୁନ – ଲୋକଙ୍କର ଆଶା ଆକାଂକ୍ଷାକୁ ଦେଖି ଅଫିସରମାନଙ୍କୁ କାମ କରିବାର ଅଛି ଆଉ ଆମକୁ କାମ କରେଇବାର ଅଛି । ରାଜ୍ୟବାସୀ ଏଇ ବିଶ୍ୱାସ ରଖନ୍ତୁ ସରକାର ଓ ସରକାରୀ ଅଧିକାରୀ ଲୋକଙ୍କ ପାଇଁ କାମ କରିବେ ବୋଲି କ୍ୟାବିନେଟ ମନ୍ତ୍ରୀ ରବି ନାୟକ କହିଛନ୍ତି ।
୨୪ ବର୍ଷର ସରକାରକୁ ଲୋକେ ଦେଖିଥିଲେ ଆଉ ଏବେ ଭାରତୀୟ ଜନତା ପାର୍ଟିର ସରକାରକୁ ଦେଖୁଛନ୍ତି । ଯେଉଁ ନିଷ୍ପତି ପୂର୍ବ ସରକାର ୨୪ ବର୍ଷ ମଧ୍ୟରେ ନେଇ ପାରି ନଥିଲେ ବା ନେବାକୁ ଚିନ୍ତା କରି ନ ଥିଲେ ସେଇଭଳି ନିଷ୍ପତି ବିଜେପି ସରକାର ଆସିବାର ପ୍ରଥମ ଦିନରେ ନେଇଛି । ଆଗକୁ ସରକାର ପ୍ରସ୍ତୁତ କରିଥିବା ୧୦୦ ଦିନର କାର୍ଯ୍ୟ ଖସଡ଼ା ଭିତରେ ଏଇଭଳି ନିଷ୍ପତି ରାଜ୍ୟବାସୀ ଦେଖିବାକୁ ପାଇବେ ବୋଲି ସେ କହିଛନ୍ତି ।