ଭୁବନେଶ୍ୱର, 13 ଜୁନ – ସମସ୍ତ ସ୍କୁଲ୍ ରୁ ୫ଟି ଚାର୍ଟର୍ ହଟାଇବାକୁ ରାଜ୍ୟ ସରକାର ନିର୍ଦ୍ଦେଶ ଦେଇଛନ୍ତି । ହାଇସ୍କୁଲ ରୂପାନ୍ତରିକରଣ କାର୍ଯ୍ୟକ୍ରମରେ ରୂପାନ୍ତରିତ ହାଇସ୍କୁଲ୍ ଗୁଡ଼ିକରୁ ୫ଟି ଚାର୍ଟର୍ ହଟାଇବାକୁ ନିର୍ଦ୍ଦେଶ ଦିଆଯାଇଛି । ସୂଚନା ଓ ଲୋକ ସମ୍ପର୍କ ବିଭାଗର ନିର୍ଦ୍ଦେଶ ଆଧାରରେ ଓସେପା ରାଜ୍ୟ ପ୍ରକଳ୍ପ ନିର୍ଦ୍ଦେଶକ ତଥା ମୋ ସ୍କୁଲ ମେମ୍ବର ସେକ୍ରେଟାରୀ ପାରୁଲ ପଟୱାରୀ ରାଜ୍ୟର ସମସ୍ତ ଡିଇଓଙ୍କୁ ଚିଠି ଲେଖି ଅବଗତ କରିଛନ୍ତି ।