ନୂଆଦିଲ୍ଲୀ, 7 ଜୁନ -ଏନଡିଏର ସଂସଦୀୟ ଦଳ ବୈଠକ ପୁରୁଣା ସଂସଦର ସେଂଟ୍ରାଲ ହଲରେ ଚାଲୁଛି । ଏହି ବୈଠକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପଂହଚି ସମ୍ବିଧାନକୁ ମଥାରେ ଲଗାଇ ନମନ କରିଥିଲେ ।
ବିଜେପି ଅଧ୍ୟକ୍ଷ ଜେପି ନଡ୍ଡା ନିଜ ସ୍ୱାଗତ ଭାଷଣରେ କହିଛନ୍ତି ଯେ, ଭାରତ ଆଜି ଇତିହାସ ରଚୁଛି । ଏନଡିଏ ପୁଣି ଥରେ ପୂର୍ଣ୍ଣ ବହୁମତ ସହିତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ସରକାର ଗଠନ କରିବାକୁ ଯାଉଛି । ସେ ନରେନ୍ଦ୍ର ମୋଦିଙ୍କୁ ଶୁଭେଚ୍ଛା ଦେଇ କହିଛନ୍ତି ଯେ, ସେ ନିଜର ଅକଥ ପ୍ରୟାସ, ଅକଥ ପରିଶ୍ରମ ଓ ପ୍ରତିକ୍ଷଣ ଦେଶର ସେବା ପାଇଁ ସମର୍ପିତ କରିଛନ୍ତି ।
ଏହାପରେ ପ୍ରତିରକ୍ଷା ରାଜମନ୍ତ୍ରୀ ସିଂହ ପ୍ରଧାନମନ୍ତ୍ରୀ ପଦ ପାଇଁ ନରେନ୍ଦ୍ର ମୋଦିଙ୍କ ନାମ ପ୍ରସ୍ତାବ ରଖିଥିଲେ । ଅମିତ ଶାହ ଏହାର ସମର୍ଥନ କରିଥିଲେ ଏବଂ ନୀତୀନ ଗଡକାରୀ ପ୍ରସ୍ତାବର ଅନୁମୋଦନ କରିଥିଲେ ।
ଏହାପରେ ଏନଡିଏର ସହଯୋଗୀ ଦଳ ଟିଡିପି ନେତା ଚନ୍ଦ୍ରବାବୁ ନାଇଡୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନାମ ପ୍ରସ୍ତାବ ରଖିଥିଲେ ଏବଂ ତାର ସମର୍ଥନ କରିଥିଲେ । ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ପ୍ରସ୍ତାବର ସମର୍ଥନ କରି ସରକାର ଗଠନ କରିବା କଥା କହିଥିଲେ ।