ଲକ୍ଷ୍ନୌ : ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଦେଶ ପାଇଁ ପ୍ରାଣବଳୀ ଦେଇଥିବା ଖୁଦୀରାମ ବୋଷଙ୍କୁ ବଳିଦାନ ଦିବସରେ ସ୍ମରଣ କରିଛନ୍ତି ।
ସେ ଟ୍ୱିଟ କରି କହିଛନ୍ତି, ବୀରତ୍ୱ, ସାହସ ଓ ରାଷ୍ଟ୍ରଭକ୍ତିର ପ୍ରତୀକ ଅମର କ୍ରାନ୍ତିକାରୀ ଭାରତ ମାତାଙ୍କ ବୀର ସୁପୁତ୍ର ଖୁଦୀରାମ ବୋଷଙ୍କ ପୁଣ୍ୟ ତିଥିରେ ତାଙ୍କୁ ବିନମ୍ର ଶ୍ରଦ୍ଧାଂଜଳି । ତାଙ୍କର ପବିତ୍ର ବଳିଦାନ ସମସ୍ତଙ୍କୁ ରାଷ୍ଟ୍ର ସେବା ପାଇଁ ସବୁବେଳେ ଶକ୍ତି ପ୍ରଦାନ କରୁଥିବ ।