ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପଶ୍ଚିମ ବଙ୍ଗର ବାରାକପୁର, ହୁଗଲୀ, ଆରାମବାଗ ଓ ହାଓଡାରେ ଆୟୋଜିତ ବିଶାଳ ଜନସଭାରେ ଦେଲେ ଉଦବୋଧନ
ନୂଆଦିଲ୍ଲୀ, କୋଲକାତା, 13 ମଇ – ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ରବିବାର ଦିନ ପଶ୍ଚିମବଙ୍ଗର ବାରାକପୁର, ହୁଗଲି, ଅରାମବାଗ ଏବଂ ହାଓଡାରେ ଆୟୋଜିତ ବିଶାଳ ଜନସଭାକୁ ସମ୍ବୋଧିତ କରିଛନ୍ତି । ସେ ଟିଏମସି ସରକାରର ତୁଷ୍ଟିକରଣ ଓ ଭ୍ରଷ୍ଟାଚାର ଉପରେ ଆକ୍ରମଣ କରିବା ସହ ବିଜେପି ସରକାରଙ୍କ କଲ୍ୟାଣକାରୀ ଯୋଜନା ଗୁଡିକ ବିଷୟରେ ଉଲ୍ଲେଖ କରିଛନ୍ତି ।
ଏହି କାର୍ଯ୍ୟକ୍ରମ ଗୁଡିକରେ ବିଜେପି ରାଜ୍ୟ ସଭାପତି ଶ୍ରୀ ସୁକାନ୍ତ ମଜୁମଦାର, ବାରାକପୁରର ଲୋକସଭା ପ୍ରାର୍ଥୀ ଶ୍ରୀ ଅର୍ଜୁନ ସିଂ, ହୁଗୁଲି ଲୋକସଭା ପ୍ରାର୍ଥୀ ଶ୍ରୀମତୀ ଲକେଟ୍ ଚାଟାର୍ଜୀ, ଶ୍ରୀରାମପୁର ଲୋକସଭା ପ୍ରାର୍ଥୀ ଶ୍ରୀ କବୀର ଶଙ୍କର ବୋଷ, ଅରାମବାଗ ଲୋକସଭା ପ୍ରାର୍ଥୀ ଶ୍ରୀ ଅରୁପ କାନ୍ତୀ ଦିଗର, ହାୱଡା ଲୋକସଭା ପ୍ରାର୍ଥୀ ଶ୍ରୀ ରଥିନ ଚକ୍ରବର୍ତ୍ତୀ ଏବଂ ଉଲୁବେରିଆ ଲୋକସଭା ପ୍ରାର୍ଥୀ ଶ୍ରୀ ଅରୁଣ ଉଦୟପାଲ ଚୌଧୁରୀ ଏବଂ ଅନ୍ୟ ନେତାମାନେ ଉପସ୍ଥିତ ଥିଲେ।
ପ୍ରଧାନମନ୍ତ୍ରୀ କହିଛନ୍ତି ଯେ 2024 ଲୋକସଭା ନିର୍ବାଚନ ହେଉଛି ଦେଶର ନେତୃତ୍ୱ ବାଛିବା ପାଇଁ ଏକ ନିର୍ବାଚନ ଏବଂ ଦେଶର ଆଶୀର୍ବାଦ କେବଳ ବିଜେପି ସହିତ ଅଛି। 2024 ରେ, ଭାରତୀୟ ଜନତା ପାର୍ଟି 2019 ର ସଫଳତା ଅପେକ୍ଷା ଆହୁରି ବଡ଼ ସଫଳତା ପାଇବାକୁ ଯାଉଛି | ଗତ ଦଶ ବର୍ଷ ମଧ୍ୟରେ ଦେଶ ଦେଖିଛି ଯେ ମୋଦିର ଶକ୍ତିଶାଳୀ ସରକାର ଦେଶ ତଥା ଜନସାଧାରଣଙ୍କ ସ୍ୱାର୍ଥରେ ଅଛି।
ତିନୋଟି ପର୍ଯ୍ୟାୟ ନିର୍ବାଚନ ସମାପ୍ତ ହୋଇଛି ଏବଂ ଚତୁର୍ଥ ପର୍ଯ୍ୟାୟ ଭୋଟ୍ ଆସନ୍ତାକାଲି ହେବାକୁ ଯାଉଛି। ତିନି ପର୍ଯ୍ୟାୟ ନିର୍ବାଚନ ପରେ ମୁଁ ଆଜି ଆତ୍ମବିଶ୍ୱାସରେ କହିପାରେ ଯେ ଭାରତୀୟ ଜନତା ପାର୍ଟି ଏବଂ ଏନଡିଏ 400 ଅତିକ୍ରମ କରିବ। ବର୍ତ୍ତମାନ 400 ପାର୍ ଏକ ସ୍ଲୋଗାନ୍ ନୁହେଁ କିନ୍ତୁ 400 ପାର ଦେଶର କୋଟି କୋଟି ଲୋକଙ୍କ ସଂକଳ୍ପରେ ପରିଣତ ହୋଇଛି | ଏହି ନିର୍ବାଚନରେ କଂଗ୍ରେସ ତାର ରାଜକୁମାରଙ୍କ ବୟସଠାରୁ କମ୍ ଆସନ ପାଇବାକୁ ଯାଉଛି। ଜନସାଧାରଣ ଏକ ଶକ୍ତିଶାଳୀ ସରକାର ଗଠନ କରିବା ପରେ ଭାରତର ଶକ୍ତି ସାରା ବିଶ୍ୱରେ ଦେଖା ଯାଉଛି ।
ଶ୍ରୀ ମୋଦୀ କହିଛନ୍ତି ଯେ କାହାର ଜୀବନରେ ନିର୍ବାଚନ ଆସେ, କିନ୍ତୁ ଏହା ପ୍ରେମ ଏବଂ ଆଶୀର୍ବାଦ ଅମରତ୍ୱ ନେଇ ଆସିଥାଏ । ଗରିବ, ଦଳିତ, ପଛୁଆ ଏବଂ ଆଦିବାସୀ ଲୋକଙ୍କ ସେବା କରିବା ପାଇଁ ଭଗବାନ ମୋଦୀକୁ ଜନ୍ମ ଦେଇଛନ୍ତି। ପୂର୍ବ ସମୟରେ ଦଳଗୁଡ଼ିକ ସର୍ବସାଧାରଣ ଭୋଟ୍ ନେଉଥିଲେ, କିନ୍ତୁ ସରକାର ଗଠନ କରିବା ପରେ ସେମାନଙ୍କର ଭାଷା ବଦଳୁଥିଲା | ମୋଦୀ ଏହି ଚିନ୍ତାଧାରା ଏବଂ ଆଭିମୁଖ୍ୟରେ ପରିବର୍ତ୍ତନ କରିଛି ।
ଆଜି କେନ୍ଦ୍ରରେ ଥିବା ମୋଦୀ ସରକାର ପ୍ରତ୍ୟେକ ଦେଶବାସୀର ଦ୍ୱାରରେ ପହଂଚିଛି । ମୋଦିର ମିଶନ ପୂର୍ବ ଭାରତରେ ପଶ୍ଚିମବଙ୍ଗ ଏକ ଗୁରୁତ୍ୱପୂର୍ଣ୍ଣ ରାଜ୍ୟ। ତେଣୁ ପଶ୍ଚିମ ବଙ୍ଗ କହୁଛି, ପୁଣି ଥରେ ମୋଦୀ ସରକାର। ସ୍ୱାଧୀନତା ପରେ କଂଗ୍ରେସ ପରିବାର 50 ବର୍ଷ ଧରି ସରକାର ଚଳାଇଥିଲେ , କିନ୍ତୁ ସେମାନଙ୍କ ଶାସନରେ ପୂର୍ବ ଭାରତକୁ କେବଳ ଦାରିଦ୍ର ତଥା ପଳାୟନ ହିଁ ମିଳି ଥିଲା । ପଶ୍ଚିମବଙ୍ଗ, ବିହାର, ଝାଡଖଣ୍ଡ, ଓଡିଶା ଏବଂ ଆନ୍ଧ୍ରପ୍ରଦେଶ ଅତ୍ୟନ୍ତ ଶକ୍ତିଶାଳୀ ରାଜ୍ୟ। ଖଣି, କୋଇଲା, ସମୁଦ୍ର ବନ୍ଦର ଏବଂ ପର୍ଯ୍ୟଟନ ପାଇଁ ଏହି ରାଜ୍ୟଗୁଡିକର ଅପାର ସମ୍ଭାବନା ରହିଛି, ଏହା ସତ୍ତ୍ୱେ କଂଗ୍ରେସ ଏବଂ ଇଂଡି ପୂର୍ବ ଭାରତକୁ ପଛକୁ ପକାଇ ଦେଇଛନ୍ତି । କିନ୍ତୁ ଦେଶର ପୂର୍ବ ଭାଗକୁ ବିକଶିତ ଭାରତର ଅଭିବୃଦ୍ଧି ଇଞ୍ଜିନ୍ କରିବାକୁ ମୋଦୀ ସ୍ଥିର କରି ସାରିଛି । ଆଜି ପୂର୍ବ ଭାରତରେ ରେଳ, ସଡକ, ବିମାନବନ୍ଦର ଏବଂ ଜଳପଥର ଏକ ଆଧୁନିକ ନେଟୱାର୍କ ନିର୍ମାଣ କରାଯାଉଛି।
ଉତ୍ସର୍ଗୀକୃତ ମାଲ ପରିବହନ କରିଡର ଏହି ଅଞ୍ଚଳରେ ଶିଳ୍ପାୟନକୁ ବୃଦ୍ଧି କରିଛି | ଏହି ରାଜ୍ୟଗୁଡିକରେ ନିର୍ମାଣ ହେଉଥିବା ଗ୍ୟାସ ପାଇପଲାଇନର ନେଟୱାର୍କ ଶିଳ୍ପକୁ ସାହାଯ୍ୟ କରିବାକୁ ଯାଉଛି | ବିଜେପି ସରକାର ଏଠାରେ ବନ୍ଦ ସାର କାରଖାନା ପୁନଃ ଆରମ୍ଭ କରିଛନ୍ତି। ଆସନ୍ତା 5 ବର୍ଷ ପଶ୍ଚିମବଙ୍ଗ ଏବଂ ଏହାର ଆଖପାଖ ରାଜ୍ୟଗୁଡିକର ବିକାଶ ପାଇଁ ଉତ୍ସର୍ଗୀକୃତ ହେବ।
ପଶ୍ଚିମବଙ୍ଗର ବୈରକପୁରର ଏହି ମାଟି ଇତିହାସ ରଚୁଥିବା ମାଟି ଅଟେ, କିନ୍ତୁ ଟିଏମସି ଏହାର ହାଲ ବେହାଲ କରିଦେଇଛି । ଦିନେ ବୈରକପୁର ପଶ୍ଚିମବଙ୍ଗର ଅର୍ଥବ୍ୟବସ୍ଥାକୁ ସୁଦୃଢ କରିବାରେ ବଡ ଯୋଗଦାନ ଦେଇଥିଲା, କିନ୍ତୁ ଆଜି ଟିଏମସି ଏହାକୁ ଦୁର୍ନୀତିର ଗଡ କରିଦେଇଛି । ଦିନେ ସମୟ ଥିଲା ପଶ୍ଚିମବଙ୍ଗରେ ଜଣଙ୍କ ଠାରୁ ବଳି ଜଣେ ବୈଜ୍ଞାନିକଙ୍କ ଆବିଷ୍କାର କରାଯାଉଥିଲା, କିନ୍ତୁ ଆଜି ଟିଏମସି ପ୍ରତିଦିନ ସ୍ଥାନେ ସ୍ଥାନେ ବୋମା ନିର୍ମାଣ କରୁଥିବା ହୋମ ଇଣ୍ଡଷ୍ଟ୍ରି ଚଳାଉଛି । ପୂର୍ବରୁ ପଶ୍ଚିମବଙ୍ଗ ଅନୁପ୍ରବେଶକାରୀଙ୍କ ବିରୁଦ୍ଧରେ ସଂଗ୍ରାମ କରୁଥିଲା, କିନ୍ତୁ ଆଜି ଟିଏମସିର ସୁରକ୍ଷାରେ ଏଠାରେ ଅନୁପ୍ରବେଶ ବୃଦ୍ଧିପାଉଛି । କଂଗ୍ରେସର ଦୁର୍ନୀତି, ପରିବାରବାଦ, ତୁଷ୍ଟିକରଣ ଓ ବାମଙ୍କ ଅତ୍ୟାଚାର ଓ ଅରାଜକତା ଏହି ସମସ୍ତକୁ ମିଶାଇ ଦେଲେ ଏକୁଟିଆ ଟିଏମସି ସୃଷ୍ଟି ହୋଇଛି । ଟିଏମସିରେ ଆଜି ଲୁଟର ଦୁଇଟି ଡିପାର୍ଟମେଂଟ ଚାଲୁଛି, ଟିଏମସି ନେତାଙ୍କ କାମ ଘୋଟାଲା କରିବା ଏବଂ ଟିଏମସି ପାଳିଥିବା ଗୁଣ୍ଡାଙ୍କ କାମ ହେଲା ଜମି ହଡପ କରିବା । ଟିଏମସି ଘୋଟାଲାକୁ ନିଜର ଫୁଲ ଟାଇମ ବିଜନେସ କରିଦେଇଛି । ଇଂଡି ମେଂଟର ଅଧିକାଂଶ ପାର୍ଟି ଲୁଚିକରି ଦୁର୍ନୀତି କରୁଛନ୍ତି, କିନ୍ତୁ ଟିଏମସି ଦୁର୍ନୀତିର ଓପନ ଇଣ୍ଡଷ୍ଟ୍ରି ଚଳାଉଛି । ଟିଏମସିର ଦୁର୍ନୀତିଗ୍ରସ୍ତ ନେତାମାନେ ବହୁ ଦୂର ପର୍ଯ୍ୟନ୍ତ ବ୍ୟାପିଛନ୍ତି, କିନ୍ତୁ ଟିଏମସି ସରକାର ମଧ୍ୟ ସେମାନଙ୍କୁ ସୁରକ୍ଷା ଦେଉଛନ୍ତି। ଟିଏମସି ସରକାର କେନ୍ଦ୍ର ଯୋଜନାକୁ ବି ଲୁଟ କରିବାର ତରିକା ଖୋଜୁଛି, ପିଏମ ଆବାସ ଯୋଜନାରେ ପଇସା କେବଳ ତାଙ୍କୁ ହିଁ ଦିଆଯାଉଛି, ଯେଉଁମାନେ ଟିଏମସି ସହିତ ଜଡିତ କିମ୍ବା ଯେଉଁମାନେ କଟ୍ ଦେଇଥାନ୍ତି । ବିଜେପି ଜଳ ଜୀବନ ମିଶନରେ ପ୍ରତି ଘରେ ଜଳ ପହଂଚାଇବାକୁ ଚାହିଁଲା, କିନ୍ତୁ ପଶ୍ଚିମବଙ୍ଗ ସରକାର ଏଥିରେ ବି ଦୁର୍ନୀତି କରୁଛନ୍ତି । ରାଜନୈତିକ ଲାଭ ପାଇଁ ଗରିବ ଲୋକଙ୍କୁ ପାଣି ପାଇଁ ବ୍ୟାକୁଳ କରାଯାଉଛି, ଗରିବଙ୍କ ହକ୍ ମାରୁଛନ୍ତି । ଦେଶରେ ଟିଏମସି ଓ କଂଗ୍ରେସ ମଧ୍ୟରେ ତୁଷ୍ଟିକରଣର ମୁକାବିଲା ଚାଲୁଛି ।
ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ପଶ୍ଚିମବଙ୍ଗର ମାଟି ମାଆ ଦୁର୍ଗା ଓ ମାଆ କାଳୀଙ୍କ ମାଟି ଅଟେ, କିନ୍ତୁ ଏଠାରେ ଲୋକଙ୍କ ଆସ୍ଥା ଉପରେ ପ୍ରହାର କରାଯାଉଛି । ଯଦି ଟିଏମସି ଏହାର ରାସ୍ତା ପାଇବ ତେବେ ବାବା ତାସକେଶ୍ୱର ଧାମ ଉପରେ ରୋକ୍ ଲଗାଇଦେବ । ପଶ୍ଚିମବଙ୍ଗର ମାଟି ଗୁରଦେବ ଟାଗୋର, କାଜି ନଜରୁଲ ଇସଲାମ ଓ ସତ୍ୟଜିତ ରେଙ୍କ ଭୂମି ଅଟେ, କିନ୍ତୁ ଟିଏମସି ଶାସନରେ ଅଭିବ୍ୟକ୍ତିର ସ୍ୱାଧୀନତା ନାହିଁ । ପଶ୍ଚିମବଙ୍ଗରେ ବିରୋଧୀ, ସଚେତନ ନାଗରିକ ଓ ସ୍ୱତନ୍ତ୍ର ସ୍ୱରକୁ ଦବାଯାଉଛି ଏବଂ ଥଟ୍ଟା-ମଜାର କାର୍ଟୁନକୁ ସୋସିଆଲ ମିଡିଆରେ ପକାଉଥିବା ଲୋକଙ୍କୁ ଡରା ଧମକା ଯାଉଛି । ଟିଏମସି ନେତାଙ୍କର ଚାଲିଲେ ରାଜା ରାମମୋହନ ରାୟଙ୍କ ନାମରୁ ବି ରାମ ବାହାର କରିଦେବେ । ଯେଉଁ ମାଟି ଆମକୁ ଶ୍ୟାମା ପ୍ରସାଦ ମୁଖାର୍ଜୀଙ୍କ ପରି ନେତା ଦେଇଛି, ଆଜି ତାହା ଭୋଟବ୍ୟାଙ୍କ ରାଜନୀତି କାରଣରୁ ଚିନ୍ତିତ ହେଉଛି । ଟିଏମସି ସରକାର ଏସସି ସମାଜର ବିକାଶକୁ ସାମ୍ବିଧାନିକ କରୁଛନ୍ତି, ଏଥିପାଇଁ ସିଏ ଆପଣଙ୍କୁ ବଢିବାକୁ ଦେଉନାହାନ୍ତି, ଯେତେବେଳେ କି ବିଜେପି ସରକାର ଏସସି ସମାଜର ହିତକୁ ସମ୍ବିଧାନିକ କରୁଛନ୍ତି । କଂଗ୍ରେସ ନିଜ ଘୋଷଣା ପତ୍ରରେ ସରକାରୀ ଠିକାଦାରୀରୁ ନେଇ ଖେଳ ଯାଏ, ସଂଖ୍ୟାଲଘୁଙ୍କୁ ସଂରକ୍ଷଣ ଦେବା ପାଇଁ କହୁଛି । କିନ୍ତୁ ଲୋକଙ୍କୁ ଡରିବାର ଆବଶ୍ୟକତା ନାହିଁ, କାରଣ ବଂଚିତଙ୍କ ଅଧିକାରର ମୋଦି ଚୌକିଦାର ଅଟେ । କେନ୍ଦ୍ର ସରକାର ଦ୍ୱାରା ଚାଲିଥିବା କଲ୍ୟାଣକାରୀ ଯୋଜନାକୁ ପଶ୍ଚିମବଙ୍ଗରେ ଟିଏମସି ସରକାର ରୋକି ଦେଉଛନ୍ତି । ଇଂଡି ମେଂଟର ସରକାର ଯେଉଁ ଜିଲ୍ଲାକୁ ପଛୁଆ କରି ଛାଡି ଦେଇଥିଲେ, ଆଜି ମୋଦି ସେହି 110 ଜିଲ୍ଲାକୁ ଆକାଂକ୍ଷୀ ଜିଲ୍ଲା କରୁଛି । ଏଭଳି ଭାବେ ମୋଦି ସରକାର ଆକାଂକ୍ଷୀ ବ୍ଲକର ବି ଶୁଭାରମ୍ଭ କରିଛନ୍ତି । ଯେତେବେଳେ କେନ୍ଦ୍ରରେ କଂଗ୍ରେସ ସରକାର ଥିଲା, ସେତେବେଳେ ଅନୁସୂଚିତ ସମାଜ କଲ୍ୟାଣ ପାଇଁ କେବଳ 40ହଜାର କୋଟି ଟଙ୍କାର ବଜେଟ୍ ଥିଲା । ବିଜେପି ସରକାରର ଆଜି 1ଲକ୍ଷ 40ହଜାର କୋଟି ଟଙ୍କାରୁ ଅଧିକର ବଜେଟ ଅନୁସୂଚିତ ସମାଜର କଲ୍ୟାଣ ପାଇଁ ଅଟେ ।
ଶ୍ରୀମୋଦି କହିଛନ୍ତି ଯେ, ଆଜି ପଶ୍ଚିମବଙ୍ଗରେ ନିଜ ଆସ୍ଥାର ପାଳନ କରିବା ବି ଏକ ପାପ ପାଲଟିଯାଇଛି । ପଶ୍ଚିମବଙ୍ଗର ଟିଏମସି ସରକାର ନା ଶ୍ରୀରାମଙ୍କ ନାମ ନେବାକୁ ଦେଉଛି ନା ରାମନବମୀ ପାଳନ କରିବାକୁ ଦେଉଛି । କଂଗ୍ରେସ ଓ ବାମ ଦଳର ଲୋକେ ବି ରାମମନ୍ଦିର ବିରୁଦ୍ଧରେ ମୋର୍ଚ୍ଚା ଖୋଲିଛନ୍ତି । କଂଗ୍ରେସର ଇଂଡି ମେଂଟ ତୁଷ୍ଟିକରଣ ଓ ଭୋଟବ୍ୟାଙ୍କ ରାଜନୀତି ଆଗରେ ଆଣ୍ଠୁମାଡି ବସିଛନ୍ତି । ଇଂଡି ମେଂଟର ନେତା ମୋଦି ବିରୁଦ୍ଧରେ ଭୋଟ ଜିହାଦ କରିବାକୁ ଅପିଲ କରୁଛନ୍ତି । ପଶ୍ଚିମବଙ୍ଗରେ ମାଫିଆ ରାଜ ଚାଲୁଛି, ମୋଦି କହୁଛି ପ୍ରତି ଘରେ ଜଳ ଏବଂ ଟିଏମସି କହୁଛି ପ୍ରତି ଘରେ ବୋମା । କିଛି ଦିନ ପୂର୍ବରୁ ଏକ ବୋମା ବିସ୍ଫୋରଣ ହୋଇ ଶିଶୁର ଜୀବନ ଚାଲିଯାଇଛି । ଟିଏମସିକୁ ପଶ୍ଚିମବଙ୍ଗରେ ଗୋଟିଏ ବି ସିଟ୍ ଜିତିବାର ହକ୍ ନାହିଁ । ପଶ୍ଚିମବଙ୍ଗରେ ଟିଏମସିର ବିଧାୟକ କହିଛନ୍ତି ଯେ, ହିନ୍ଦୁଙ୍କୁ ଭାଗିରଥୀରେ ପ୍ରବାହିତ କରିଦେବେ । ଏହି ଲୋକେ ଏତେ ସାହସ କାହା ପାଇଁ ଓ କାହା ସାହାରାରେ କରୁଛନ୍ତି ? ଟିଏମସସି ପଶ୍ଚିମବଙ୍ଗରେ ହିନ୍ଦୁଙ୍କୁ ଦ୍ୱିତୀୟ ଶ୍ରେଣୀର ନାଗରିକ କରି ରଖିଛି । ତୁଷ୍ଟିକରଣର ଜିଦରେ ଇଂଡି ମେଂଟ ଅନୁସୂଚିତ ଜାତି, ଅନୁସୂଚିତ ଜନଜାତି ଓ ପଛୁଆବର୍ଗକୁ ମିଳୁଥିବା ସଂରକ୍ଷଣ ବି ଛଡାଇବାକୁ ଚାହୁଁଛି । ଇଂଡି ମେଂଟର ନେତା ପୂରା ସଂରକ୍ଷଣ ମୁସଲମାନଙ୍କୁ ଦେବାକୁ କହୁଛନ୍ତି । କର୍ଣ୍ଣାଟକର କଂଗ୍ରେସ ସରକାର ଓବିସି ଲୋକଙ୍କ ସଂରକ୍ଷଣ ଛଡାଇ ନିଜ ଭୋଟବ୍ୟାଙ୍କକୁ ଦେଇଦେଇଛି । ଭୋଟବ୍ୟାଙ୍କର ଏହି ରାଜନୀତି ସିଏଏ ପରି ମାନବତାରେ ପରିପୂର୍ଣ୍ଣ ଆଇନକୁ ଖଳନାୟକ କରିଦେଇଛି । ସିଏଏ ନାଗରିକତା ଦେବାର ଆଇନ ଅଟେ, ନାଗରିକତା ଛଡାଇବାର ନୁହେଁ, କିନ୍ତୁ ଟିଏମସି ଓ କଂଗ୍ରେସ ପରି ରାଜନୈତିକ ଦଳଗୁଡିକ ଏହାକୁ ବି ମିଛର ରଙ୍ଗରେ ରଙ୍ଗି ଦେଇଛନ୍ତି । ଇଣ୍ଡି ମେଂଟର ନେତାମାନେ ବିଭାଜନର ଶିକାର ହୋଇଥିବା ପୀଡିତମାନଙ୍କୁ ସେମାନଙ୍କର ଅଧିକାର ଦେବା ଏବଂ ମତୁଆ ଏବଂ ନାମସୁଦ୍ରର ସାଥୀମାନଙ୍କୁ ନାଗରିକତ୍ୱ ପ୍ରଦାନ କରିବାକୁ ବିରୋଧ କରୁଛନ୍ତି। ଇଂଡି ମେଂଟ ସିଏଏ ଆଇନକୁ ଶେଷ କରିବାର କଥା କହୁଛନ୍ତି । ମୋଦି ପଶ୍ଚିମବଙ୍ଗକୁ 5ଟି ଗ୍ୟାରେଂଟି ଦେଉଛି । 1- ଯେତେବେଳ ଯାଏ ମୋଦି ଅଛି, ଧର୍ମର ଆଧାରରେ ସଂରକ୍ଷଣ ଦିଆଯିବନାହିଁ । 2- ଯେତେବେଳ ଯାଏ ମୋଦି ଅଛି, ଅନୁସୂଚିତ ଜାତି, ଅନୁସୂଚିତ ଜନଜାତି ଓ ପଛୁଆବର୍ଗଙ୍କ ସଂରକ୍ଷଣ କେହି ଶେଷ କରିପାରିବେ ନାହିଁ । 3- ଯେତେବେଳ ଯାଏ ମୋଦି ଅଛି, ରାମନବମୀ ପାଳନ ଏବଂ ଭଗବାନ ଶ୍ରୀରାମଙ୍କ ପୂଜାକୁ କେହି ରୋକି ପାରିବେ ନାହିଁ । 4- ଯେତେବେଳ ଯାଏ ମୋଦି ଅଛି, ରାମମନ୍ଦିର ଉପରେ ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତିକୁ କେହି ପଲଟାଇପାରିବେ ନାହିଁ । 5- ଯେତେବେଳ ଯାଏ ମୋଦି ଅଛି, ସିଏଏ ଆଇନକୁ କେହି ରଦ୍ଦ କରିପାରିବେ ନାହିଁ । ଦେଶବାସୀ ଜାଣନ୍ତି, ମୋଦିର ଗ୍ୟାରେଂଟି ଅର୍ଥାତ ଗ୍ୟାରେଂଟି ପୂରଣ ହେବାର ଗ୍ୟାରେଂଟି ।
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଯେ ଆମ ଦେଶରେ ପରିବାରର ଯିଏ ମୁଖିଆ ହୋଇଥାନ୍ତି ଯେ ପରିବାରର ପିଲାମାନଙ୍କ ପାଇଁ ସେମାନଙ୍କ ଭବିଷ୍ୟତ ପାଇଁ କିଛି ଛାଡି ଯିବା ପାଇଁ ଚାହାନ୍ତି । କିନ୍ତୁ ମୋଦୀର ଉତ୍ତରାଧିକାରୀ ତ ଭାରତର ଦେଶବାସୀ, ଜନତା ହିଁ ମୋଦୀର ପରିବାର ଓ ଜନତାଙ୍କ ବ୍ୟତୀତ ମୋର କିଛି ବି ନାହିଁ । ଏଥିପାଇଁ ମୁଁ ମଧ୍ୟ ପରିବାରର ମୁଖ୍ୟ ଭାବେ ବିକଶିତ ଭାରତ ଜନତାଙ୍କ ହାତରେ ଦେଇ ଯିବାକୁ ଚାହୁଁଛି । ଟିଏମସି ଓ ଅନ୍ୟ ବିରୋଧୀ ଦଳ ଦେଶର ଜନତାଙ୍କୁ ଲୁଟିବାକୁ ଲାଗିଛନ୍ତି । ସେମାନେ ନିଜ ଉତ୍ତରାଧିକାରୀ ପାଇଁ ବଙ୍ଗଳା ଓ ମହଲ ନିର୍ମାଣ କରୁଛନ୍ତି । ମୋଦୀ ନିଜ ଗରୀବ ଜନତାଙ୍କ ପାଇଁ ୪ କୋଟି ପକ୍କା ଘର ତିଆରି କରିଛି ଏବଂ ଆଗାମୀ ସରକାରରେ ୩ କୋଟି ନୂଆ ଘର ତିଆରି କରାଯିବ । ପଶ୍ଚିମବଙ୍ଗରେ ୧.୨୫ କୋଟି ମା ଓ ଭଉଣୀଙ୍କୁ ଉଜ୍ଜ୍ୱଳା ସିଲିଣ୍ଡର ଦେଇ ରୋଷେଇକୁ ଧୂଆଁ ମୁକ୍ତ କରାଯାଇଛି । ଆଜି ପ୍ରତ୍ୟେକ ଗର୍ଭବତୀ ମହିଳାଙ୍କୁ ପୋଷଣଅଭିଯାନରେ ୬ ହଜାର ଟଙ୍କାର ସହାୟତା ଦିଆଯାଉଛି । କର୍ମଜୀବୀ ଗର୍ଭବତୀ ମହିଳାଙ୍କ ଛୁଟି ଅବଧିକୁ ବୃଦ୍ଧି କରି ୨୬ ସପ୍ତାହ କରାଯାଇଛି । ମୋଦୀ ଏବେ ଗ୍ୟାରେଣ୍ଟି ନେଇ ଆସିଛି ଦେଶର ୩ କୋଟି ଭଉଣୀଙ୍କୁ ଲକ୍ଷପତି ଦିଦି ଚାହୁଁଛି , ସ୍ୱଂୟ ସହାୟକ ଗୋଷ୍ଠୀ ସହିତ ଜଡିତ ଭଉଣୀଙ୍କୁ ଆତ୍ମନିର୍ଭର କରାଯାଉଛି , ନମୋ ଡ୍ରୋନ୍ ଦିଦି ଯୋଜନା ମାଧ୍ୟମରେ ଭଉଣୀମାନଙ୍କୁ ଡ୍ରୋନ୍ ପାଇଲଟ୍ କରାଯିବାର କାମ ଆରମ୍ଭ ହୋଇଛି । ବିଜୁଳି ବିଲ୍ ଭଉଣୀମାନଙ୍କ ପାଇଁ ଏକ ବଡ ଚିନ୍ତା ହୋଇଥାଏ ତାକୁ ମଧ୍ୟ ପିଏମ୍ ସୂର୍ଯ୍ୟଘର ମାଗଣା ବିଜୁଳି ଯୋଜନାରେ ଶୂନ କରିବାକୁ କାମ କରୁଛନ୍ତି ଏବଂ ଅତିରିକ୍ତ ବିଜୁଳିକୁ କିଣି ଆପଣଙ୍କ ଆୟର ସ୍ରୋତ ହେବ । ତିନିଗୁଣା ଲାଭ ପାଇଁ ପରିବାରକୁ ନିଜ ଇଲେକ୍ଟ୍ରିକ୍ ଗାଡିକୁ ଚାର୍ଜ ମଧ୍ୟ ଏହି ବିଜୁଳି ଦ୍ୱାରା କରାଯାଇପାରିବ ,ଫଳରେ ପେଟ୍ରୋଲ ର ବିଲ ମଧ୍ୟ ଜିରୋ ହୋଇଯିବ ।
ଶ୍ରୀ ମୋଦୀ କହିଛନ୍ତି ଯେ ବୈରକପୁର ଝୋଟ ଉଦ୍ୟୋଗର ହବ୍ ଥିଲା । ଏଠାରେ ଚାଷ ସହିତ କଟନ , ପେପର ଓ ଇଞ୍ଜିନିୟରିଂ ର ଉଦ୍ୟୋଗ ଥିଲା । କିନ୍ତୁ ଆଜି ଝୋଟ ଉଦ୍ୟୋଗ ଅବସ୍ଥା ଖରାପ, ଶ୍ରମିକଙ୍କ ସୁଧ ନେବା ବାଲା କେହି ନାହାନ୍ତି । ମୋଦୀ ସରକାର ଝୋଟର ସମର୍ଥନ ମୂଲ୍ୟରେ ବହୁ ବୃଦ୍ଧି କରିଛନ୍ତି । ଝୋଟ ଚାଷୀଙ୍କ ଲାଭ ପାଇଁ ଭାଜନା ସରକାର ଚିନିକୁ ଝୋଟ ବସ୍ତାରେ ହିଁ ପ୍ୟାକ୍ କରିବାର ନିୟମ କରିଛନ୍ତି । କିନ୍ତୁ ଝୋଟର ଭୂମି ଉପରେ ଟିଏମସି କେବଳ ମିଛ କହୁଛି । ଟିଏମସି ଭଳି ଭ୍ରଷ୍ଟ ଦଳ ପଶ୍ଚିମବଙ୍ଗର ବହୁତ କ୍ଷତି କରିଛି । ପଶ୍ଚିମବଙ୍ଗର ଜନତା ନାରା ଲଗାଉଛନ୍ତି ଯେ ଚୋରଙ୍କୁ ଗିରଫ କରାଯାଉ ଓ ଜେଲରେ ଭର୍ତ୍ତି କରାଯାଉ । କିଛି ବର୍ଷ ପୂର୍ବରୁ ଟିଏମସି ସରକାର ଉପରେ ଆସିଥିବା ଅଡିଟ୍ ରିପୋର୍ଟରେ କୁହାଯାଇଥିଲା ଯେ ତୃଣମୂଳ କଂଗ୍ରେସ ସରକାର ଦ୍ୱାରା ଖର୍ଚ୍ଚ କରାଯାଇଥିବା ୨ ଲକ୍ଷ ୩୦ ହଜାର କୋଟି ଟଙ୍କାର କୌଣସି ହିସାବ କିତାବ ନାହିଁ ଏବଂ ବହୁତ ବଡ ଦୁର୍ନୀତି ରହିଛି । ଶିକ୍ଷକ ନିଯୁକ୍ତି ଦୁର୍ନୀତି ଟିଏମସି ର ଭ୍ରଷ୍ଟାଚରାରର ଆଉ ଏକ ଉଦାହରଣ । ଶିକ୍ଷକ ନିଯୁକ୍ତି ଦୁର୍ନୀତି ପାଇଁ ଟିଏମସି ସରକାର ରେଡ୍ କାର୍ଡ କରିଥିଲା ଏବଂ ଏହି ରେଡ୍ କାର୍ଡ ବଜାରରେ ବିକ୍ରି କରାଗଲା । ଏହି ଦୁର୍ନୀତି ପାଇଁ ଓଏମଆର ସିଟ୍ କୋଡ୍ ଚଲାଗଲା ଏବଂ ମିଛ ଇଣ୍ଟରଭ୍ୟୁ ନିଆଗଲା । ଏମାନଙ୍କ ଭ୍ରଷ୍ଟାଚାରରେ ଅଦାଲତଙ୍କୁ ମଧ୍ୟ କହିବାକୁ ପଡିଲା ଯେ ଏହି ଦୁର୍ନୀତି ପଛରେ ସରକାରୀ ମିଶନାରୀର ହାତ ଅଛି । ମୋଦୀ ପଶ୍ଚିମବଙ୍ଗରେ ହୋଇଥିବା ଏହି ଲୁଟ୍ ର ହିସାବ ନେବ ଓ ନୋଟ୍ ର ପାହାଡର ଭ୍ରଷ୍ଟାଚାରୀ ମାଲିକଙ୍କୁ ଛଡାଯିବନାହିଁ । ଭ୍ରଷ୍ଟାଚାରୀଙ୍କ ପାଖରେ ଯେଉଁ କୋଟି କୋଟି ଟଙ୍କା ଜବତ କରାଯାଉଛି ତାକୁ ପୀଡିତମାନଙ୍କୁ ଫେରାଯିବାର ରାସ୍ତା ଖୋଜା ଯାଉଛି ।
ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଟିଏମସି ପଶ୍ଚିମବଙ୍ଗକୁ ଲୁଟିବାର ମହାପାପ କରୁଛି । ଟିଏମସିର ଭ୍ରଷ୍ଟାଚାରର ଲିଷ୍ଟ ବହୁତ ଲମ୍ବା । ଟିଏମସି ସରକାର ଦେଶର ଅନ୍ନଦାତାମାନଙ୍କୁ ମଧ୍ୟ ଛାଡି ନାହିଁ । ଟିଏମସି ଧାନ ଚାଷୀଙ୍କୁ ଲୁଟିବାର କାମ କରୁଛି । ମାତ୍ର ଭାଜପା ସରକାର ଦ୍ୱାରା ପଠାଯାଇଥିବା ପିଏମ୍ କିଷାନ ସମ୍ମାନ ନିଧି କାରଣରୁ ଚାଷୀଙ୍କୁ ଆଶ୍ୱସ୍ତି ମିଳିଛି । ମୋଦୀ ସରକାର ଇଥାନଲ ଓ ବାୟୋ ଫୁଏଲ ପ୍ଲାଣ୍ଟ ମଧ୍ୟ କରୁଛି , ଯାହାର ଲାଭ ଧାନ ଚାଷୀଙ୍କୁ ମଧ୍ୟ ହେବ । ଭାଜପା ସରକାର ଶସ୍ୟର ଭଣ୍ଡାର ପାଇଁ ଦୁନିଆର ସବୁଠୁ ବହ ଯୋଜନା ଆରମ୍ଭ କରିଛି ଏବଂ ବହୁତ ଶୀଘ୍ର ଆଳୁ, ପିଆଜ ଓ ଟମାଟ ପାଇଁ ସ୍ୱତନ୍ତ୍ର କ୍ଲ୍ଷ୍ଟରର ନିର୍ମାଣ କରାଯିବ । ଯାହାର ସିଧା ଲାଭ ପଶ୍ଚିବଙ୍ଗର ଚାଷୀଙ୍କୁ ହେବ । ଆଜି ରେଳ କ୍ଷେତ୍ରରେ ମଧ୍ୟ ବିସ୍ତାର ପାଇଁ ପଶ୍ଚିମବଙ୍ଗରେ କାମ ହେଉଛି , ହୁଗଳି ରେ ଦେଶର ପ୍ରଥମ ଅଣ୍ଡ ୱାଟର ମେଟ୍ରୋ ପ୍ରସ୍ତୁତ ହେଉଛି । କୌଣସି ଏକ ସମୟରେ ଏହି ମିଛର ରାଜଧାନୀ ଉଦ୍ୟୋଗୀଙ୍କ ରାଜଧାନୀ ଥିଲା , ପ୍ରଥମେ କଂଗ୍ରେସ ଏବଂ ପରେ ବାମପନ୍ଥୀ ଓ ପରେ ପରେ ଟିଏମସି ମିଳିମିଶି ଏହାକୁ ବରବାଦ କରିଦେଲେ ।
ଆଜି ଭାଜପା ମେକ୍ ଇନ୍ ଇଣ୍ଡିଆ ଉପରେ ବିଶେଷ ଜୋର ଦିଆଯାଉଛି , କିନ୍ତୁ ଟିଏମସି ବ୍ରେକ୍ ଇନ୍ ଇଣ୍ଡିଆର ନାରା ଲଗାଉଛି , ଆଇନ୍ ସହ ସାମାଜିକ ଏକତାକୁ ଭାଙ୍ଗିବାକୁ କାମ କରୁଛି । ରାମ ମନ୍ଦିର ନିର୍ମାଣ ହେବା ପରେ ଟିଏମସିର ନେତାମାନଙ୍କ ନିଦ ହଜି ଯାଇଛି । ଏମାନଙ୍କ ଲୋକମାନେ ରାମ ମନ୍ଦିରର ମଧ୍ୟ ବହିଷ୍କାର କରିଛନ୍ତି । ୫୦୦ ବର୍ଷ ପର୍ଯ୍ୟନ୍ତ ଯେଉଁ ରାମ ମନ୍ଦିର ପାଇଁ ଆମ ସମସ୍ତଙ୍କ ପୂର୍ବ ପୁରୁଷମାନେ ସଂଘର୍ଷ କଲେ , ସେମାନଙ୍କ ଆତ୍ମା ଆପଣଙ୍କ କାରନାମା ଦେଖୁଛନ୍ତି । ଟିଏସି ଓ କଂଗ୍ରେସ ପୂର୍ବ ପୁରୁଷଙ୍କ ତ୍ୟାଗ , ତପସ୍ୟା ଓ ବଳିଦାନର ଅପମାନ କରିବାର କାମ କରିଛନ୍ତି । ଭଗବାନ ରାମଙ୍କ ବହିଷ୍କାର , ଏଭଳି ପଶ୍ଚିମବଙ୍ଗର ସଂସ୍କୃତି ନୁହେଁ , ମୋର ପଶ୍ଚିମବଙ୍ଗ ଏଭଳି ନୁହେଁ ।ମା ମାଟି- ମାନୁଷର କଥା କହୁଥିବା ଦଳ ଆଜି ଭୋଟ୍ ବ୍ୟାଙ୍କ୍ ପାଇଁ ପଶ୍ଚିମବଙ୍ଗର ବି ଓ ନିଜ ଐତିହ୍ୟର ବି ଅପମାନ କରୁଛି । ଟିଏମସି ଆଜି ଯେତେ ସିଟ୍ ରେ ବି ନିର୍ବାଚନ ଲଢୁଛି , ସେମାନଙ୍କୁ ସରକାର ତ ଦୂରର କଥା ବିରୋଧୀ ଦଳରେ ବି ଜାଗା ମିଳିବନି ଓ କଂଗ୍ରେସ- ଲେଫ୍ଟକୁ ଦିଆଯାଇଥିବା ଭୋଟ୍ ବରବାଦ ଯିବ । ତୃଣମୂଳ କଂଗ୍ରେସ ସରକାର କୁଶାସନର ବହୁତ ବଡ ପ୍ରଭାବ ଆମ ମା ଓ ଭଉଣୀମାନଙ୍କ ଉପରେ ପଡିଛି , ଏସସି , ଏସଟି ପରିବାରର ସ୍ଥିତି ସବୁଠୁ ଖରାପ । ସନ୍ଦେଶଖାଲିର ଅପରାଧୀକୁ ପ୍ରଥମେ ଟିଏମସିର ପୋଲିସ୍ ବଞ୍ଚାଇଲା ଏବେ ଟିଏମସି ଗୋଟିଏ ନୂଆ ଖେଳ ଆରମ୍ଭ କରିଛି । ତୃଣମୂଳ କଂଗ୍ରେସର ଗୁଣ୍ଡା ସନ୍ଦେଶଖାଲିର ଭଉଣୀମାନଙ୍କୁ ଡରାଉଛନ୍ତି ଧମକାଉଛନ୍ତି । ସାହଜାହାଁ ଶେଖ୍ ର ଘରୁ ଅସ୍ତ୍ର ଜବତ ହେଲା ,କିନ୍ତୁ ଟିଏମସି ଭୋଟ ବ୍ୟାଙ୍କ କୁ ଖୁସି କରିବା ପାଇଁ ତାକୁ କ୍ଲିନ୍ ଚିଟ୍ ଦେବାକୁ ଲାଗିଛି । ବିକଶିତ ଭାରତ ପାଇଁ ବିକଶିତ ପଶ୍ଚିମବଙ୍ଗ ହେବା ଅବଶ୍ୟକ ଅଟେ । ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଉପସ୍ଥିତ ଜନସମୁଦ୍ରଙ୍କୁ ସମସ୍ତ ସ୍ଥାନୀୟ ଲୋକସଭା ପ୍ରାର୍ଥୀମାନଙ୍କୁ ବହୁମତରେ ବିଜୟୀ କରିବାକୁ ଆହ୍ୱାନ ଦେଇଛନ୍ତି ଏବଂ ଦେଶରେ ଭାଜପା ସରକାର ଆଣିବାକୁ ଅପିଲ କରିଛନ୍ତି ।