ଭଦ୍ରକ – ଭଦ୍ରକ ଜିଲ୍ଲାର ୧ଟି ଲୋକସଭା ଓ ୫ଟି ବିଧାନ ସଭା ନିର୍ବାଚନ ମଣ୍ଡଳି ପାଇଁ ନିର୍ବାଚନ ଉପଲକ୍ଷେ ଗତ ୭.୫.୨୦୨୪ ରେ ବିଜ୍ଞପ୍ତି ଜାରିପରେ ଦ୍ୱିତୀୟ ଦିନ ୮.୫.୨୦୨୪ ରିଖରେ ଜଣେ ମାତ୍ର ବିଧାନସଭା ପ୍ରାର୍ଥୀଙ୍କ ଦ୍ୱାରା ନାମାଙ୍କନ ପତ୍ର ଦାଖଲ କରାଯାଇଥିଲା । ବିଜ୍ଞପ୍ତି ଜାରିର ତୃତୀୟ ଦିନ ୯.୫.୨୦୨୪ ରେ ୭ ଜଣ ବିଧାୟକ ପ୍ରାର୍ଥୀ ଓ ୧ ଜଣ ସାଂସଦ ପ୍ରାର୍ଥୀଙ୍କ ଦ୍ୱାରା ନାମାଙ୍କନ ପତ୍ର ଦାଖଲ କରାଯାଇଥିବା ଜଣାଯାଇଛି । ୭- ଭଦ୍ରକ (ଏସ୍.ସି.) ଲୋକସଭା ନିର୍ବାଚନ ମଣ୍ଡଳୀ ପାଇଁ ବହୁଜନ ସମାଜ ପାର୍ଟି ରୁ ଅର୍ଜୁନ ଚରଣ ମଲ୍ଲିକ୍ ରିଟର୍ଣ୍ଣିଂ ଅଧିକାରୀ ଜିଲ୍ଲା ନିର୍ବାଚନ ଅଧିକାରୀ ଏବଂ ଜିଲ୍ଲାପାଳ ସିଦ୍ଧେଶ୍ୱର ବଳିରାମ ବୋନ୍ଦରଙ୍କ ନିକଟରେ ତାଙ୍କ କାର୍ଯ୍ୟାଳୟ ପ୍ରକୋଷ୍ଠରେ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ୪୩- ଭଣ୍ଡାରିପୋଖରୀ ବିଧାନ ସଭା ଆସନ ପାଇଁ କୃପା ପାର୍ଟି ରୁ ନିରୁପମା ଦାସ ଏବଂ ନବ ନିର୍ମାଣ କୃଷକ ସଙ୍ଗଠନ ରୁ ସତ୍ୟରଞ୍ଜନ ନାୟକ ପ୍ରାର୍ଥୀ ଭାବେ ରିଟର୍ଣ୍ଣିଂ ଅଧିକାରୀ ଅତିରିକ୍ତ ଜିଲ୍ଲାପାଳ (ସାଧାରଣ) ସମ୍ବିତ କୁମାର ଗଡ଼ନାୟକଙ୍କ ନିକଟରେ ତାଙ୍କ କାର୍ଯ୍ୟାଳୟ ପ୍ରକୋଷ୍ଠରେ ନାମାଙ୍କନ ପତ୍ର ଦାଖଲ କରିଥିଲେ । ୪୪-ଭଦ୍ରକ ବିଧାନସଭା ନିର୍ବାଚନ ମଣ୍ଡଳୀ ପାଇଁ ୮.୫.୨୦୨୪ ରେ ବିଜୁ ଜନତା ଦଳର ପ୍ରାର୍ଥୀ ହିସାବରେ ପ୍ରଫୁଲ୍ଲ ସାମଲ ନାମାଙ୍କନ ପତ୍ର ଦାଖଲ କରିଥିବା ବେଳେ ୯.୫.୨୦୨୪ ରେ ଭାରତୀୟ ଜାତୀୟ କଂଗ୍ରେସ ଦଳରୁ ଅସିତ୍ କୁମାର ପଟ୍ଟନାୟକ ଓ ଭାରତୀୟ ଜନତା ପାର୍ଟି ରୁ ସୀତାଂଶୁ ଶେଖର ମହାପାତ୍ର ଉକ୍ତ ନିର୍ବାଚନ ମଣ୍ଡଳୀ ପାଇଁ ରିଟର୍ଣ୍ଣିଂ ଅଧିକାରୀ ଉପଜିଲ୍ଲାପାଳ ଭଦ୍ରକ ମନୋଜ ପାତ୍ରଙ୍କ ଠାରେ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ୪୬- ଧାମନଗର (ଏସ୍.ସି.) ବିଧାନସଭା ନିର୍ବାଚନ ମଣ୍ଡଳୀ ପାଇଁ ସ୍ୱାଧୀନ ପ୍ରାର୍ଥୀ ଭାବେ ଜଗନ୍ନାଥ ମଲ୍ଲିକ୍ ନାମାଙ୍କନ ପତ୍ର ରିଟର୍ଣ୍ଣିଂ ଅଧିକାରୀ ଅତିରିକ୍ତ ଉପଜିଲ୍ଲାପାଳ ଶ୍ୟାମଳ ରାୟଙ୍କ ନିକଟରେ ଭଦ୍ରକ ବ୍ଲକ କାର୍ଯ୍ୟାଳୟରେ ଦାଖଲ କରିଛନ୍ତି । ୪୭- ଚାନ୍ଦବାଲି ବିଧାନସଭା ନିର୍ବାଚନ ମଣ୍ଡଳୀ ପାଇଁ ଭାରତୀୟ ଜାତୀୟ କଂଗ୍ରେସ ତରଫରୁ ଅମୀୟ କୁମାର ମହାପାତ୍ର ଏବଂ ସ୍ୱାଧୀନ ପ୍ରାର୍ଥୀ ଭାବେ ଜୀବନ ସଂଗ୍ରାମ ମିଶ୍ର ରିଟର୍ଣ୍ଣିଂ ଅଧିକାରୀ ଜିଲ୍ଲାପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ସରୋଜ କୁମାର ଦତ୍ତଙ୍କ ନିକଟରେ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ୯.୫.୨୦୨୪ ତାରିଖ ସୁଦ୍ଧା ଭଦ୍ରକ ଜିଲ୍ଲା ପାଇଁ ୮ ଜଣ ବିଧାନସଭା ପ୍ରାର୍ଥୀ ଓ ଜଣେ ଲୋକସଭା ପ୍ରାର୍ଥୀ ଭାବେ ମନୋନୟନ ପତ୍ର ଦାଖଲ କରିଛନ୍ତି ।
Related Stories
December 7, 2024