ଶହେ ୟୁନିଟ୍ ପର୍ଯ୍ୟନ୍ତ ମାଗଣା ବିଜୁଳି
ପାଂଚ ବର୍ଷରେ ୨ ଲକ୍ଷ ସରକାରୀ ଚାକିରି ଯୋଗାଇ ଦିଆଯିବ
-ମଧ୍ୟବିତ ଙ୍କୁ ମିଳିବ ବିଏସକେୱାଇ କଭରେଜ୍
ଭୁବନେଶ୍ୱର- ୨୦୨୪ ସାଧାରଣ ନିର୍ବାଚନ ପାଇଁ ଘୋଷଣାପତ୍ର (ମନିଫେଷ୍ଟୋ) ଜାରି କରିଛି ବିଜେଡି । ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୁରୁବାର ଦଳର ଘୋଷଣାପତ୍ରକୁ ଉନ୍ମୋଚନ କରିଛନ୍ତି । ଘୋଷଣାପତ୍ର ସମ୍ପର୍କରେ ସୂଚନା ଦେଇ ନବୀନ ପଟ୍ଟନାୟକ କହିଛନ୍ତି ଯେ ଏହି ଲୋକାଭିମୁଖୀ ମନିଫେଷ୍ଟୋରେ ଉପସ୍ଥାପିତ ହୋଇଥିବା ଗ୍ୟାରେଂଟିଗୁଡିକ ୫ଟି ଗଭର୍ନାନ୍ସ ମାଧ୍ୟମରେ କାର୍ଯ୍ୟକାରୀ ହେବ ଏବଂ ଓଡିଶା ଗଠନର ଶହେ ବର୍ଷ ପାଳନ କରିବାର ୨ ବର୍ଷ ପୂର୍ବରୁ ୨୦୩୪ ସୁଦ୍ଧା ଓଡିଶାକୁ ସମସ୍ତଙ୍କ ସହଯୋଗ ଓ ଦୃଢ ନେତୃତ୍ୱ ବଳରେ ସମସ୍ତ କ୍ଷେତ୍ରରେ ଅଭିବୃଦ୍ଧି ଏବଂ ବିକାଶରେ ଏକ ନମ୍ବରରାଜ୍ୟର ମାନ୍ୟତା ପ୍ରଦାନ କରିବ ।
ଓଡିଶାର ଯୁବକମାନଙ୍କ ନିମନ୍ତେ ୧୦ ବର୍ଷ ପାଇଁ ଏକ ଲକ୍ଷ କୋଟି ଅଲଗା ବଜେଟ୍ ରଖାଯିବ । ଏହି ଯୁବ ବଜେଟ୍ ଜଳବାୟୁ ଏବଂ ଜେଣ୍ଡର ବଜେଟ୍ ଭଳି ବିଧାନସଭାରେ ଉପସ୍ଥାପିତ ହେବ । ଯୁବକମାନଙ୍କ ଦ୍ୱାରା ଦିଆଯାଇଥିବା ପରାମର୍ଶକୁ ଆଧାର କରି ପ୍ରତିବର୍ଷ ଏଥିରୁ ହଜାରେ କୋଟି ଟଙ୍କା ଖର୍ଚ୍ଚ ହେବ । ନୂଆ ଓ ମ୍ୟାଜିକ୍ କାର୍ଡ ଦ୍ୱାରା ଏକାଧିକ ସୁବିଧା ସୁଯୋଗ ସହିତ ପରିସର ବିସ୍ତାର ହେବ । ନୂଆ ଓ ଛାତ୍ରବୃତି ବାଳିକାମାନଙ୍କ ପାଇଁ ବାର୍ଷିକ ୧୪,୦୦୦ ଏବଂ ପୁଅମାନଙ୍କ ପାଇଁ ବାର୍ଷିକ ୧୨,୦୦୦ କୁ ବୃଦ୍ଧି କରାଯିବ । ଆସନ୍ତା ପାଂଚ ବର୍ଷରେ ୨ ଲକ୍ଷ ସରକାରୀ ଚାକିରି ଯୋଗାଇ ଦିଆଯିବ । ସ୍ୱୟମ୍ ଉଦ୍ୟୋଗୀ ଋଣକୁ ବ୍ୟାପକ କଭରେଜ୍ ସହିତ ଏକ ଲକ୍ଷରୁ ୨ ଲକ୍ଷକୁ ବୃଦ୍ଧି କରାଯିବ । ଓଡିଶାରେ ଏକ ନୂତନ କୌଶଳ ଓ ଉଦ୍ୟୋଗୀ ବିଶ୍ୱବିଦ୍ୟାଳୟ, ଷ୍ଟେଟ ଇନଷ୍ଟିଚ୍ୟୁଟ୍ ଅଫ୍ ଫ୍ୟାଶନ୍ ଟେକ୍ନୋଲୋଜି ଏବଂ ଏଆଇ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା କରାଯିବ ।
ପରିବେଶ ଅନୁକୂଳ ପର୍ଯ୍ୟଟନ ପାଇଁ ୧୦୦ ଟି ସ୍ଥାନ ଉପରେ ଧ୍ୟାନ ଦିଆଯିବ । ଆଗାମୀ ୧୦ ବର୍ଷରେ ଆମେ ସହରୀ ଜନସଂଖ୍ୟାକୁ ଦ୍ୱିଗୁଣିତ କରିବୁ । ଉତ୍ତମ ଗୁଣବତ୍ତା ସମ୍ପର୍ଣ ସୁବିଧା ସୁଯୋଗ ନିମ୍ନଲିଖିତ ଅଞ୍ଚଳଗୁଡିକ ପାଇଁଯୋଗାଇ ଦିଆଯିବ ଚାରୋଟି ମେଗା ସହରୀ କ୍ଲଷ୍ଟର ଯୋଜନା କରାଯାଇଛି , ସେମାନଙ୍କ ମଧ୍ୟରେ ଭୁବନେଶ୍ୱର – କଟକ – ଖୋର୍ଦ୍ଧା – ପୁରୀ କ୍ଲଷ୍ଟର , ସମ୍ବଲପୁର- ଝାରସୁଗୁଡା – ରାଉରକେଲା କ୍ଲଷ୍ଟର , ବାରିପଦା – ବାଲେଶ୍ୱର – ଭଦ୍ରକ କ୍ଲଷ୍ଟର ଏବଂ ବ୍ରହ୍ମପୁର -ଛତ୍ରପୁର – ଗୋପାଳପୁର କ୍ଲଷ୍ଟର । ଆମେ ମଧ୍ୟ ୨୦ ଟି ପ୍ରମୁଖ ସହର ବଲାଙ୍ଗୀର, କୋରାପୁଟ-ଜୟପୁର, ବରଗଡ, ରାୟଗଡା, ଭବାନୀପାଟନା, ପାରାଦୀପ, ଢେଙ୍କାନାଳ , ଯୋଡା-ବଡ଼ବିଲ , କେନ୍ଦୁଝର, ଅନଗୁଳ , ମାଲକାନଗିରି, ନବରଙ୍ଗପୁର, ପାରଳାଖେମୁଣ୍ଡି, ଫୁଲବାଣୀ, ବୌଦ୍ଧ , ସୋନପୁର, ଦେବଗଡ, କେନ୍ଦ୍ରାପଡା ଓ ନୟାଗଡ଼ କୁ ବିକଶିତ କରିବୁ । ପୁରୀ ଅନ୍ତର୍ଜାତୀୟ ବିମାନବନ୍ଦର ଏବଂ ଅନ୍ୟାନ୍ୟ ସୁବିଧା ସହିତ ଏକ ଆନ୍ତର୍ଜାତୀୟ ସହର ଭାବରେ ବିକଶିତ ହେବ । ବିମାନ ବନ୍ଦର ସହିତ ୨୦ଟି ସମସ୍ତ ପ୍ରମୁଖ ସହର ସହିତ ଲକ୍ଷ୍ମୀ ବସ୍ ସଂଯୋଗ ରହିବ । ମେଟ୍ରୋ ଦ୍ୱାରା ଭୁବନେଶ୍ୱର, ଖୋର୍ଦ୍ଧା , ପୁରୀ ଏବଂ କଟକକୁ ସଂଯୋଗ କରିବ ଏବଂ ପର୍ଯ୍ୟାୟ କ୍ରମେ ସମ୍ପ୍ରସାରିତ ହେବ ।
ଶହେ ୟୁନିଟ୍ ପର୍ଯ୍ୟନ୍ତ ଗ୍ରାହକମାନେ ଶୂନ ବିଲ୍ ପାଇବେ ଏବଂ ୧୦୦ ରୁ ୧୫୦ ପର୍ଯ୍ୟନ୍ତ ପଚାଶ ୟୁନିଟ୍ ପାଇଁ ରିହାତି ପାଇବେ । ମଧ୍ୟବିତ ଙ୍କୁ ବିଏସକେୱାଇ କଭରେଜ୍, ୨୦ ଲକ୍ଷ ପର୍ଯ୍ୟନ୍ତ ଗୃହ ରୁଣ ଉପରେ ସୁଧ ସବଭେନ୍ସନ୍, ଏବଂ ପିଲାମାନଙ୍କ ପାଇଁ ଛାତ୍ରବୃତ୍ତି ଓ ଉଚ୍ଚଶିକ୍ଷା ତଥା ସୁଲଭ ପରିବହନ ପାଇଁ ଋଣ ଉପରେ ସୁଧ ସବଭେନ୍ସନ୍ ପ୍ରଦାନ କରି ସେମାନଙ୍କୁ ସଶକ୍ତ କରାଯିବ । ଆସନ୍ତା ୫ ବର୍ଷ ମଧ୍ୟରେ ଆମର ଏସଏଚଜି ଗୁଡ଼ିକୁ ୧.୫ ଲକ୍ଷ କୋଟି ଟଙ୍କାର ଆର୍ôଥକ ଲିଙ୍କେଜ୍ ହାସଲ କରି ୨୫୦୦ କୋଟି ଟଙ୍କାର ସୁଧ ସେମାନଙ୍କ ନିକଟକୁ ଫେରାଇ ଦିଆଯିବ । ଏସଏଚଜି ରୁ କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗରେ ରୂପାନ୍ତର ତ୍ୱରାନ୍ୱିତ କରିବ । ଏସଏଚଜି କୁ ଆଗାମୀ ୧୦ ବର୍ଷରେ ୨୦,୦୦୦ କୋଟିର ସରକାରୀ ବ୍ୟବସାୟ ଯୋଗାଇ ଦିଆଯିବ । ବ୍ୟକ୍ତିଗତ ମହିଳା ଉଦ୍ୟୋଗୀମାନଙ୍କୁ ସେମାନଙ୍କ ବ୍ୟବସାୟ ଆରମ୍ଭ ଏବଂ ବୃଦ୍ଧି ପାଇଁ ୧୦ ଲକ୍ଷ ପର୍ଯ୍ୟନ୍ତ ସବସିଡିଯୁକ୍ତ ଋଣ ଯୋଗାଇବା ପାଇଁ ଶହେ କୋଟି ଟଙ୍କାର କର୍ପସ ପାଣ୍ଠି ସହିତ ସହାୟତା କରାଯିବ ।
ବିଏସକେୱାଇ ନବୀନ କାର୍ଡ ରେ ମଧ୍ୟବିତ୍ତ, ସରକାରୀ କର୍ମଚାରୀ, ଚୁକ୍ତିଭିତ୍ତିକ ଶ୍ରମିକମାନେ ପର୍ଯ୍ୟାୟ କ୍ରମେ ଅନ୍ତର୍ଭୁକ୍ତ ହେବେ । ସ୍ୱୟମ ନିଯୁକ୍ତି ଦିଗରେ ପ୍ରତିବର୍ଷ ୧୦,୦୦୦ ଏସଟି, ଏସସିଏବଂ ଓବିସି ଯୁବକମାନଙ୍କ ପାଇଁ୧,୦୦,୦୦୦ଟଙ୍କାର ଅନୁଦାନ ପ୍ରଦାନ କରିବାକୁ ଆମେ ୧୦ ବର୍ଷ ମଧ୍ୟରେ ୧୦୦୦ କୋଟି ପାଣ୍ଠି ପ୍ରଦାନ କରିବୁ । ସେହିଭଳି, ଏସଟି, ଏସସି ଏବଂ ଓବିସିର ଯୁବକମାନଙ୍କ ମଧ୍ୟରେ ଉଦ୍ୟୋଗୀତା ୧୦,୦୦,୦୦୦ ଟଙ୍କା ପର୍ଯ୍ୟନ୍ତ ସୁଧ ଛାଡ ହେବ । ସମସ୍ତ ଯୋଗ୍ୟ ପରିବାରକୁ ରେସନ କାର୍ଡ ଯୋଗ୍ୟତା ଭିତ୍ତିରେ ନିଶ୍ଚିତ ଯୋଗାଇ ଦିଆଯିବ, ଯାହା ସମସ୍ତ ପରିବାରଙ୍କୁ ଅନ୍ତର୍ଭୁକ୍ତ ନିଶ୍ଚିତ କରିବ । ଚାଷୀଙ୍କ ପିଲାମାନଙ୍କର ଶିକ୍ଷା ପାଇଁ ଛାତ୍ରବୃତ୍ତି ଏବଂ ନିର୍ଭରଶୀଳ ଝିଅ ବିବାହ ପାଇଁ ୨୫.୦୦୦ ସହାୟତା ସହିତ କାଳିଆ ଅନୁଦାନ ଜାରି ରହିବ ଏବଂ ବିସ୍ତାର କରାଯିବ । ୧.୫ ଲକ୍ଷ ପର୍ଯ୍ୟନ୍ତ ଫସଲ ଋଣ ସୁଧମୁକ୍ତ ହେବ । ମୌସୁମୀ ଅନିଶ୍ଚିତତାକୁ ଦୂର କରିବା ପାଇଁ ମତ୍ସ୍ୟଯିବି ସମ୍ପ୍ରଦାୟକୁ ବାର୍ଷିକ ୧୫,୦୦୦ ପ୍ରଦାନ କରାଯିବ ।
ଗତ ୧୦ ବର୍ଷ ମଧ୍ୟରେ କେନ୍ଦ୍ର ସରକାରଙ୍କ ଠାରୁ ଶାସ୍ତ୍ରୀୟ ଭାଷା ଭାବରେ ଓଡିଆର ପ୍ରଚାର ,ପ୍ରସାର ଓ ଗବେଷଣା ପାଇଁ ଜିରୋ ପାଣ୍ଠି ଗ୍ରହଣ କରାଯାଇଛି । ଆମେ ପୁଣିଥରେ କେନ୍ଦ୍ରକୁ ଅନୁରୋଧ କରିବୁ ଯେ ଓଡ଼ିଶୀ ସଙ୍ଗୀତକୁ ଶାସ୍ତ୍ରୀୟ ସଙ୍ଗୀତ ମାନ୍ୟତା ଏବଂ ହୋ, ମୁଣ୍ଡାରି ଏବଂ ଭୁମିଜଙ୍କୁ ଅଷ୍ଟମ କାର୍ଯ୍ୟସୂଚୀରେ ଅନ୍ତର୍ଭୁକ୍ତ କରାଯାଉ । ପଶ୍ଚିମ ଓଡିଶାର ଭାଷାର ବିକାଶ ତଥା ଗବେଷଣା , ଅଧ୍ୟୟନ ଏବଂ ଅନୁସନ୍ଧାନ ପାଇଁ ୨୫ କୋଟି ଟଙ୍କାର କର୍ପସ୍ ଫଣ୍ଡ ସହିତ ସମ୍ବଲପୁର ବିଶ୍ୱବିଦ୍ୟାଳୟରେ ଏକ ଉତ୍କର୍ଷ କେନ୍ଦ୍ର ସ୍ଥାପନ କରିବୁ । ଓଡିଶାର ପ୍ରସିଦ୍ଧ ବ୍ୟକ୍ତିତ୍ୱ ସହିତ ସଂଯୁକ୍ତ ଶହେ ଗୋଟି ବିଦ୍ୟାଳୟକୁ ଐତିହ୍ୟ ବିଦ୍ୟାଳୟ ଭାବରେ ବିକଶିତ କରାଯିବ । ପଦ୍ମଶ୍ରୀ ଏବଂ ପଦ୍ମ ଭୂଷଣ ଭଳି ପ୍ରତିବର୍ଷ କଳିଙ୍ଗଶ୍ରୀ ଏବଂ କଳିଙ୍ଗଭୂଷଣ ପୁରସ୍କାର ପ୍ରଦାନ କରାଯିବ । ସମଗ୍ର ରାଜ୍ୟରେ ଭଗବଦ୍ ଟୁଙ୍ଗିର ସଂରକ୍ଷଣ ପାଇଁ ଅର୍ଥ ଯୋଗାଇଦିଆଯିବ । ଏହା ଆମ ଯୁବକମାନଙ୍କୁ ସେମାନଙ୍କର ସଂସ୍କୃତି, ଐତିହ୍ୟ ଏବଂ ଭାଷାରେ ଗର୍ବ ଅନୁଭବ କରିବାକୁ ସଶକ୍ତ କରିବ ଏବଂ ଆତ୍ମବିଶ୍ୱାସ ସହିତ ଭବିଷ୍ୟତକୁ ଆଗକୁ ବଢାଇବାକୁ ସକ୍ଷମ କରିବ ।