ଭଦ୍ରକ ଭଦ୍ରକ ଜିଲା ଭଣ୍ଡାରିପୋଖରୀ ନିର୍ବାଚନ ମଣ୍ଡଳୀର କଂଗ୍ରେସ ପ୍ରାର୍ଥୀ ନିରଞ୍ଜନ ପଟ୍ଟନାୟକ ରବିବାର ସନ୍ଧ୍ୟାରେ ବନ୍ତ ବ୍ଲକର ବିଭିନ୍ନ ସ୍ଥାନରେ ରୋଡ ସୋ ସହ ପ୍ରଚାରକୁ ଜୋରଦାର କରିଛନ୍ତି । ପ୍ରଥମେ ଚାରିଗାଁ ପଞ୍ଚାୟତରେ ନିରଞ୍ଜନ ନିଜର ଶହ ଶହ ସମର୍ଥକଙ୍କ ଗହଣରେ ମାରାଥନ ପ୍ରଚାର କରିଛନ୍ତି । ଅପରାହ୍ନରେ ଆଗରପଡା ମୁଖ୍ୟ ବଜାରରୁ ଏକ ଶୋଭାଯାତ୍ରାରେ ଯାଇ ଶ୍ରୀ ପଟ୍ଟନାୟକ ଚାରିଗାଁ, ଚକ୍ରାପାଢୀ ଗ୍ରାମରେ ଶୋଭାଯାତ୍ରା କରି ଜନ ସମ୍ପର୍କ ସମାବେଶରେ ଯୋଗ ଦେଇଥିଲେ । ରାଜ୍ୟ ପିସିସି ସାଧାରଣ ସମ୍ପାଦକ ପଦ୍ମାକର ଗୁରୁ ସଭାକୁ ସଞ୍ଚାଳନ କରିଥିଲେ । ଏଥିରେ ବରିଷ୍ଠ କଂଗ୍ରେସ ନେତା ନିରଞ୍ଜନ ପଟ୍ଟନାୟକଙ୍କ ସମେତ ପ୍ରାକ୍ତନ ଜିଲ୍ଲା ସଭାପତି ସୁବ୍ରତ ଦାସ, ବ୍ଲକ କଂଗ୍ରେସ ସଭାପତି ରାଜକିଶୋର ସ୍ୱାଇଁ, ପ୍ରାକ୍ତନ ସରପଞ୍ଚ ରବିନାରାୟଣ ମହାନ୍ତି, ସତ୍ୟବାନ ଦାସ, ଜଗବନ୍ଧୁ ବେହେରା ପ୍ରମୁଖ ଉପସ୍ଥିତ ରହି ଦଳକୁ ବିଜୟୀ କରାଇବା ନେଇ ବକ୍ତବ୍ୟ ରଖି ଥିଲେ । ଶେଷରେ ପୁରୁଷଣ୍ଢ ପଞ୍ଚାୟତର ଚଣ୍ଡି ମନ୍ଦିର ଠାରେ ଏକ ମିଶ୍ରଣ ସଭାର ଆୟୋଜନ କରାଯାଇଥିଲା । ସମାଜସେବୀ କାର୍ତ୍ତୀକ ଜେନାଙ୍କ ତତ୍ୱାବଧାନରେ ଆୟୋଜିତ ସଭାକୁ ବରିଷ୍ଠ ନାଗରିକ ଚିତ୍ତରଞ୍ଜନ ସାମନ୍ତରାୟ ପୌରହିତ୍ୟ କରିଥିଲେ । ଶ୍ରୀ ପଟ୍ଟନାୟକ ତାଙ୍କ ବକ୍ତବ୍ୟରେ ସପୃକ୍ତ ଅଞ୍ଚଳର ସର୍ବାଙ୍ଗୀନ ବିକାଶ ପାଇଁ ସେ ବଦ୍ଧ ପରିକର ବୋଲି କହି ଭୋଟ ଭିକ୍ଷା କରିବା ସହ ଆଦିବାସୀ ମହିଳାଙ୍କ ସହ ନାଚିଥିଲେ, ଯାହା ବେଶ ରୋଚକ ଥିଲା । ଏହି ଅବସରରେ ପୁରୁଷଣ୍ଢର ପୂର୍ବତ୍ତନ ସମିତି ସଭ୍ୟ ଦିଲ୍ଲିପ ପୁହାଣ ଓ ସମାଜସେବୀ ତଥା ପୂର୍ବତ୍ତନ ସ୍ୱାଧିନ ବିଧାୟକ ପ୍ରାର୍ଥୀ ବାଙ୍କ ବିହାରି ଜେନାଙ୍କ ନେତୃତ୍ୱରେ ପ୍ରଦୀପ କୁମାର ମାଝୀ, କମଳାକାନ୍ତ ଜେନା, କାଳନ୍ଦୀ ଚରଣ ଜେନା, କହ୍ନେଇ ନାୟକ, ମମତା ମାହର, ସବୀତା ନାୟକ, ଜ୍ୟୋତିସ ପ୍ରିୟା ପରିଡା, ମେନକା ପେଡା, ରୁପଶ୍ରୀ ପେଡା, ସଙ୍କର୍ଷଣ ଜେନା, ଅଭିମନ୍ୟୁ ସେନାପତି, ଜଗନ୍ନାଥ ଜେନା, ଦିନବନ୍ଧୁ ସା, ଆନନ୍ଦ ଜେନା, ଆନନ୍ଦ ଦଳେଇ, ବାଦଲ ସେନାପତୀ, ସହଦେବ ବାରିକ, ଅଭିମନ୍ୟୁ ଜେନା, ଗଣେଷ ଜେନା, ସଞ୍ଜୁ ଜେନା, ମାନୁ ଜେନା ସମେତ ୫୦ରୁ ଉର୍ଦ୍ଧ କଂଗ୍ରେସ ଦଳରେ ସାମିଲ ହୋଇଥିଲେ । କାର୍ଯ୍ୟକ୍ରମରେ ହଜାରୁ ଉର୍ଦ୍ଧ ଲୋକଙ୍କ ସମାଗମ କଂଗ୍ରେସ ଶିବିରକୁ ଉତ୍ସାହିତ ଓ ଚଳଚଞ୍ଚଳ କରିଛି ।