ସମ୍ବଲପୁର : ପଶ୍ଚିମ ଓଡ଼ିଶାର ପ୍ରାଣକେନ୍ଦ୍ର ଭାବରେ ପରିଚିତ ସମ୍ବଲପୁର ସହରର ମୁଖ୍ୟ ପ୍ରବେଶ ପଥରେ ଥିବା ବିର ବିର୍ସା ମୁଣ୍ଡାଙ୍କ ପ୍ରତିମୂର୍ତ୍ତି ଛକ ସ୍ଥଳଟି ଅବହେଳା ହୋଇଥିବା ନେଇ ଅଭିଯୋଗ ହୋଇଛି । ଏଥିପାଇଁ ପଶ୍ଚିମ ଓଡ଼ିଶା ଆଦିବାସୀ କଲ୍ୟାଣ ମହାସଂଘ ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଏକ ଦାବିପତ୍ର ପ୍ରଦାନ କରାଯାଇ ଏହାର ପୁନରୁଦ୍ଧାର ପାଇଁ ଦାବୀ କରାଯାଇଛି । ମହାସଂଘ ଅଭିଯୋଗ କରିଛି ଯେ ଆଦିବାସୀଙ୍କ ଗର୍ବ ତଥା ଗୈ।ରବ ମହାନ ବିପ୍ଲବୀ ବୀର ବିର୍ସା ମୁଣ୍ଡାଙ୍କ ପ୍ରତିମୂର୍ତ୍ତି ସ୍ଥାପନା ପରେ ଏହାର ରକ୍ଷଣାବେକ୍ଷଣ ପାଇଁ ଧ୍ୟାନ ଦିଆଯିବାରୁ ଏହା ଏବେ ଜରାଜୀର୍ଣ୍ଣ ଭାବରେ ପଡ଼ିରହିଛି । କିଛି ବର୍ଷ ଆଗରୁ ଲକ୍ଷଧିକ ଟଙ୍କାରେ ଏହା ପୁନଃ ବିକାଶ କରାଯାଇଥିବା ବେଳେ ଏହା ଏବେ ଜରାଜୀର୍ଣ୍ଣ ହୋଇଛି । ଏଣୁ ପ୍ରଶାସନ ଏହା ଉପରେ ପଦକ୍ଷେପ ନେବାକୁ ଦାବି କରାଯାଇଛି ।