ନୂଆଦିଲ୍ଲୀ, ୧୦ ଅଗଷ୍ଟ – ମୋଦୀ ସରକାର ବିରୋଧରେ ବିରୋଧି ଗଠବନ୍ଧନ ( ଆଇଏନ ଡି୍ଇଆଇ ଏ) ରେ ନିଆଯାଇଥିବା ଆଉ ଗୋଟିଏ ଅନାସ୍ଥା ପ୍ରସ୍ତାବ ଲୋକସଭାରେ କାଟ ଖାଇଛି । ଏହି ଅନାସ୍ଥା ପ୍ରସ୍ତାବ ବାଚନିକ ଭୋଟରେ କାଟ ଖାଇଛି କାରଣ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିବା ସମୟରେ ହିଁ ବିରୋଧି ଦଳର ସଦସ୍ୟ ମାନେ ସଦନ ବାହାରକୁ ପଳାଇଆସିଥିଲେ । ଏହି କାରଣରୁ କଗ୍ରେସ ନେତା ସାଂସଦ ଅଧିର ରଂଜନ ଚୌଧୁରୀଙ୍କୁ ସଦନର କାର୍ଯ୍ୟନୁଷ୍ଠାନ ଦ୍ୱାରା ତାଙ୍କର ବ୍ୟବହାର ବିରୋଧରେ ବିଶେଷାଧିକାରୀ ରିପୋର୍ଟ ଆସିବା ପଯ୍ୟନ୍ତ ଗୃହରୁ ନିଲମ୍ବିତ କରିଦିଆ ହୋଇଥିଲା ।
ଅନାସ୍ତା ପ୍ରସ୍ତାବ ଉପରେ ଉତର ଦେବା ସମୟରେ ଚୋଧୁରୀ ପ୍ରଧାନମନ୍ତ୍ରୀଙ୍କ ଭାଷଣରେ ବାରମ୍ବାର ହସ୍ତକ୍ଷପ କରିଥିଲେ । ତେଣୁ ତାହ୍କୁ ଗୃହରୁ ବହିଷ୍କାର କରାଯାଇଥିଲା