ଧୋଲପୁର, ୦୨ ମାର୍ଚ୍ଚ – କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀଙ୍କ ଭାରତ ଯୋଡ଼ୋ ନ୍ୟାୟ ଯାତ୍ରା ଶନିବାର ଦିନ ଧୋଲପୁରରୁ ପୁଣି ଆରମ୍ଭ ହୋଇଛି । ପାଂଚଦିନ ଅନ୍ତର ପରେ ଭାରତ ଯୋଡ଼ୋ ନ୍ୟାୟ ଯାତ୍ରାରେ ରାହୁଲ ଗାନ୍ଧୀ ରୋଡ଼ ଶୋ କରିଛନ୍ତି । ଏହାପରେ ଚମ୍ବଲ ନଦୀ କୂଳରେ ଯାତ୍ରା ମଧ୍ୟପ୍ରଦେଶର ମୁରୈନା ଜିଲ୍ଲାର ସୀମାରେ ପ୍ରବେଶ କରିଥିଲେ । ଏହି ଅବସରରେ ସୁରକ୍ଷାର କଡ଼ା ପ୍ରସ୍ତୁତି କରାଯାଇଥିଲା ।

ରାହୁଲ ଗାନ୍ଧୀ ଶନିବାର ଦୋପହର ହେଲିକାପ୍ଟରରେ ଧୋଲପୁରର ରିଜର୍ଭ ପୋଲିସ୍ ଲାଇନ୍ରେ ହୋଇଥିବା ହେଲିପେଡ଼ରେ ଓହ୍ଲାଇଥିଲେ । ଏଠାରେ ପୂର୍ବ ମୁଖ୍ୟମନ୍ତ୍ରୀ ଅଶୋକ ଗହଲୋତ ତଥା ପ୍ରଦେଶ ମହାମନ୍ତ୍ରୀ ଏବଂ ରାଜାଖେଡ଼ାର ବିଧାୟକ ରୋହିତ ବୋହରା ସହିତ ଅନ୍ୟମାନେ ତାଙ୍କର ସ୍ୱାଗତ କରିଥିଲେ । ପୋଲିସ୍ ଲାଇନ୍ରୁ ରାହୁଲ ଗାନ୍ଧୀଙ୍କ ର୍ୟାଲି ଆଗରା-ମୁମ୍ବାଇ ନେସନାଲ୍ ହାଇୱେରେ ଥିବା ରାଜାଖେଡ଼ା ବାଇପାସ୍ରେ ପହଂଚିଥିଲେ । ଏଠାରେ କଡ଼ା ସୁରକ୍ଷାରେ ଭାରତ ଯୋଡ଼ୋ ନ୍ୟାୟ ଯାତ୍ରା ପୁଣିଥରେ ଆରମ୍ଭ ହୋଇଛି । ନ୍ୟାୟଯାତ୍ରାରେ ରୋଡ଼ ଶୋରେ ଲାଲ୍ ରଙ୍ଗର ଖୋଲା ଜିପ୍ରେ ସବାର କଂଗ୍ରେସ ନେତା ରାହୁଲଙ୍କ ସହିତ ଅନ୍ୟ କଂଗ୍ରେସ ନେତା ସବାର ଥିଲେ । ଏହି ସମୟରେ ନ୍ୟାୟ ଯାତ୍ରା ଏବଂ ରାହୁଲ ଗାନ୍ଧୀଙ୍କ ରୋଡ଼ ଶୋ’କୁ ସହରରେ କେତେକ ସ୍ଥାନରେ କଂଗ୍ରେସ ନେତାମାନେ ସ୍ୱାଗତ କରିଥିଲେ ।