ଭୁବନେଶ୍ୱର : ରାଜ୍ୟରେ ମୌସୁମୀର ପ୍ରବାହ କମ୍ ରହିଥିବାରୁ ବର୍ଷାର ପରିମାଣ କମିଛି । ଏହାସହ ଉପକୂଳ ଓଡିଶା ସମେତ ବିଭିନ୍ନ ଜିଲ୍ଲାରେ ଗୁଳୁଗୁଳି ବଢିଛି । ତେବେ ୧୧ ଓ ୧୨ ତାରିଖରେ ରାଜ୍ୟର କେତେକ ଜିଲ୍ଲାରେ ବର୍ଷା ହେବାର ସମ୍ଭାବନା ରହିଥିବା ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି ।
ପାଣିପାଗ କେନ୍ଦ୍ର ପକ୍ଷରୁ ଜାରୀ ସତର୍କ ସୂଚନା ଅନୁଯାୟୀ ୧୧ ତାରିଖରେ ୧୮ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା ଥିବାରୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ଏହି ଜିଲ୍ଲାଗୁଡିକ ହେଲା ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡା, କଟକ, ଜଗତସିଂହପୁର, ସୁନ୍ଦରଗଡ, ଝାରସୁଗୁଡା, ବରଗଡ, ସମ୍ବଲପୁର, ଦେବଗଡ, ଅନୁଗୁଳ, ଢେଙ୍କାନାଳ, କେନ୍ଦୁଝର, ମୟୁରଭଞ୍ଜ, ଖୋର୍ଦ୍ଧା, ପୁରୀ ଓ ନୟାଗଡ । ସେହିପରି ୧୨ ତାରିଖରେ ୧୩ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ଏହି ଜିଲ୍ଲାଗୁଡିକ ହେଲା ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡା, କଟକ, ଜଗତସିଂହପୁର, ଖୋର୍ଦ୍ଧା, ପୁରୀ , ନୟାଗଡ, ଗଞ୍ଜାମ, ଗଜପତି, ମୟୁରଭଞ୍ଜ ଓ କନ୍ଧମାଳ ।