ରାଉରକେଲା : ରାଉରକେଲା ସ୍ମାର୍ଟ ସିଟି ରେ ବାସଗୃହ, ଜାଗା ବର୍ତମାନ ଲୋକଙ୍କୁ ମିଳୁନଥିବାବେଳେ, ସହରରେ ଜବରଦଖଲ ଉଛେଦର ଅଭାବ, ଆରଡିଏରେ ଜଣେ ସ୍ଥାୟୀ ସଚିବ ନଥିବା ଓ ବିଶେଷ କରି ପଲିଟିକାଲ ଇଛାଶକ୍ତିର ଅଭାବ ଲାଗି ବହୁ ପୁରାତନ ସଂସ୍ଥା ରାଉରକେଲା ଡେଭଲପମେଂଟ ଅଥରିଟୀ (ଆରଡିଏ) ଏକ ପ୍ରକାର ପଙ୍ଗୁ ହୋଇ ପଡି ରହିଛି। ଫଳରେ ଲୋକେ ନିଜର ସ୍ଵପ୍ନର ଘରଖଣ୍ଡେ ପାଇବା ଲାଗି ନାନା ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ଏହି ସଂସ୍ଥା ସେତେବେଳେ ସ୍ଵର୍ଗତ ମୁଖ୍ୟମନ୍ତ୍ରୀ ବିଜୁ ବାବୁଙ୍କ ସମୟରେ ସେ ସମୟର ବିଧାୟକ ଦିଲୀପ ରାୟଙ୍କ ସହଯୋଗରେ ଅନେକ ଯାଗା ଘର ପ୍ରକଳ୍ପ ହାତକୁ ନେଇ ଲୋକଙ୍କୁ ଅତି ସୁଲଭ ମୂଲ୍ୟରେ ଯୋଗାଇଥିଲା ।ଏହାଦ୍ଵାରା ଏସିଆର ସର୍ବବୃହତ ପ୍ରକଳ୍ପ ଛେଣ୍ଡ ହାଉସିଂ ପ୍ରକଳ୍ପ ସମ୍ଭବ ହେବା ସହ ସହରରେ ଅନେକ ଦୋକାନ ଗୃହ ସମେତ ସହରର ନୂତନ ବସଷ୍ଟାଣ୍ଡ ମଧ୍ୟ ତିଆରି କରାଯାଇଥିଲା। ଯାହାକୁ ବିଜୁ ବାବୁ ଉଦଘାଟନ କରିଥିଲେ । ତେବେ କାଳ କ୍ରମେ ସହରରେ ଜବର ଦଖଲ ସଂଖ୍ୟା ବଢିବା ସହ ଆରଡିଏର ପ୍ରାୟ ୧୦୮ ଏକର ଯାଗା ବର୍ତମାନ ଜବର ଦଖଲ ହୋଇ ପଡି ରହିଛି। ଖାଲି ସେତିକି ନୁହେଁ ସହରର ଅତି ମୂଲ୍ୟବାନ ସରକାରୀ ଜମି ବର୍ତମାନ ବିଭିନ୍ନ ବସ୍ତି, ସଂଗଠନ ମିଛ ଶିକ୍ଷାନୁଷ୍ଠାନ ନାମରେ ପ୍ରଭାବଶାଳି ବ୍ୟକ୍ତିଙ୍କ ଅକ୍ତିଆରରେ ରହିଛି, ଫଳରେ ଘରଖଣ୍ଡେ ତିଆରି କରି ଆରଡିଏ ଲୋକଙ୍କୁ ଦେଇପାରୁନି ଓ ଯାଗା ଘରର ଦାମ ଆକାଶ ଛୁଆଁ ହେଉଛି, ୧୬୦୦ ସ୍କୋୟାର ଫୁଟ ଯାଗା ଏବେ ଦେଢ କୋଟିରେ ବିକା ଚାଲିଛି । ଏହା ଭିତରେ ଭୋଟ ରାଜନୀତି ରହୁଥିବାରୁ ପଲିଟିକାଲ ଲୋକ ମାନେ ଏସବୁ ଖାଲି କରିବାକୁ ଆଗଉ ନଥିବା ବେଳେ ସରକାରୀ ସ୍ତରରେ ଏହାକୁ ଖାଲି କରିବାକୁ ମଧ୍ୟ ଇଛା କରୁନାହାନ୍ତି, କାଳେ ସେହି ବସ୍ତି ବାଲାଙ୍କ ଭୋଟ ହାତରୁ ଖସିଜିବ, କେହି ଅଶାନ୍ତି ହେଲେ ଆର୍ଥିକ ସମସ୍ୟା ନେତାଙ୍କର ହେବ, ସେହି କାରଣରୁ ସେମାନେ ହାତ ବାନ୍ଧି ବସିଛନ୍ତି । ତେବେ ଏହି ଅଫିସ ର କାମକୁ ଆଗେଇ ନେବା ଓ କିଛି ନୂଆ ପ୍ରକଳ୍ପ ହାତକୁ ନେବା ଲାଗି ଏଠାରେ ଦିର୍ଘ ବର୍ଷ ଧରି କେହି ସ୍ଥାୟୀ ସଚିବ ରହୁ ନଥିବାରୁ ଏହି ଅଫିସ ର ବାପା ମା ନଥିବା ଭଳି ସ୍ଥିତି ହୋଇଛି । ରାଉରକେଲା ଏଡିଏମ ଯିଏ ହେଲେ ସିଏ ହେଲେ ଏହାର ସଚିବ, ତାଙ୍କ ଗାଡିରେ ତେଲ ପକାଇବା, ନୂଆ ଗାଡି ଦେବା ଠାରୁ ନାନା କାମ ଆରଡିଏ କରିଥାଏ, କିନ୍ତୁ ଆରଡିଏ କି ଭଳି ନୂଆ ପ୍ରକଳ୍ପ କରିବ, ଅଫିସର, କର୍ମଚାରୀ ମାନେ ଚଳ ଚଂଚଳ ରହିବେ ଏଥି ଯୋଗୁ ରାଜସ୍ଵ ବଢି ଆରଡିଏକୁ କିଭଳି ଅଧିକ ସୁଦୃଢ କରାଯିବ ସେନେଇ କେହି ଆଜିଯାଏ କାମ କରିବା ଦେଖାଯାଇ ନାହିଁ । ତେଣୁ ଏଠି ଜଣେ ସ୍ଥାୟୀ ସଚିବଙ୍କର ନିଯୁକ୍ତି ନିତ୍ୟାନ୍ତ ଆନଶ୍ୟକ ବୋଲି ମତପ୍ରକାଶ ପାଇଛି । ରାଉରକେଲାର ସେ ସମୟର ହାରିଯାଇଥିବା ସାରଦା ବାବୁ ଏହାର ଅଧ୍ୟକ୍ଷ ଦାୟିତ୍ନରେ ଥିବା ବେଳେ କହିଥିଲେ ୯ ହଜାର ଘର ଲୋକଙ୍କୁ ଯୋଗାଇଦେବେ, ହେଲେ ଆଜିଯାଏ ୯ଟି ଘର ଦେବାରେ ସକ୍ଷମ ହେଲେ ନାହିଁ । ଏସବୁ କାରଣ ଲାଗି ଅଫିସ ଟି ଏକ ପ୍ରକାର ପଙ୍ଗୁ ହୋଇ ପଡିଥିବା କୁହାଯାଉଥିବା ବେଳେ କର୍ମଚାରୀ ସଂଖ୍ୟା ମଧ୍ୟ କମିଛି । ଏକଦା ସେ ସମୟରେ ୬୩ ଜଣ ନିୟମିତ କର୍ମଚାରୀ ଥିବାବେଳେ ଏହା ଏବେ ୨୮ରେ ପହଁଚିଛି । ତିଆରି ହୋଇଥିବା ଦୋକାନ ଗୃହ ଗୁଡିକ ଅନ୍ୟ ସହରରେ ଲୋକଙ୍କୁ ବିକାଯାଉଥିବା ବେଳେ ଏଠାରେ ଆଲଟମେଂଟ କରାଯାଇ ଭଡା ଆଦାୟର ବ୍ୟବସ୍ଥା ରହିଛି । ଫଳରେ ଏଥିରୁ ଆସୁଥିବା ପ୍ରାୟ ୧୬ ଲକ୍ଷ ଟଙ୍କାରେ କର୍ମଚାରୀ ମାନେ ଦରମା ନେବା ସହ ଅନ୍ୟାନ୍ୟ ଖର୍ଚ୍ଚ ତୁଲାଇ ଚାଲିଛି । ଏ ଦିଗରେ ରାଉରକେଲାର ବିରୋଧୀ ଦଳ ମାନେ ନିରବତା ଅବଲମ୍ବନ କରିଚାଲିଥିବା ବେଳେ, ସରାକାରଙ୍କ ନିରବତା ସଂପ୍ରତି ଏହି ଅଫିସ ର ସ୍ଥାୟୀତ୍ଵ ଓ ଲୋକଙ୍କ ଆବଶ୍ୟକତା ପୁରଣ ନେଇ ଅନେକ ପ୍ରଶ୍ନ ଠିଆକରିଛି ।