ମସ୍କୋ, 1 ମାର୍ଚ୍ଚ ଋଷ ରାଷ୍ଟ୍ରପତି ଭ୍ଲାଦିମର ପୁଟିନ ଆମେରିକା ପ୍ରତି ନରମ ମନୋଭାବ ପୋଷଣ କରିଛନ୍ତି । ସେ କହିଛନ୍ତି ଯେ, ଆମେରିକା ସହିତ ଋଷ ଅସ୍ତ୍ରଶସ୍ତ୍ର-ନିୟନ୍ତ୍ରଣ ଆଲୋଚନା ପୁଣି ଥରେ ଆରମ୍ଭ କରିବାକୁ ପ୍ରସ୍ତୁତ । ପୁଟିନ ଏହି ଘୋଷଣା ନିଜ ବାର୍ଷିକ ରାଷ୍ଟ୍ର ନାମ ବାର୍ତ୍ତାରେ କରିଛନ୍ତି । ପୁଟିନଙ୍କ ଏହି ବାର୍ତ୍ତାକୁ ଦେଶରେ ସିଧା ପ୍ରସାରଣ କରାଯାଇଛି ।

ଆମେରିକା ସମ୍ବାଦ ପତ୍ର ଦ ନ୍ୟୁୟର୍କ ଟାଇମ୍ସ ନିଜ ରିପୋର୍ଟରେ ଏହି ସୂଚନା ଦେଇଛନ୍ତି । ପୁଟିନ କହିଛନ୍ତି ଯେ, ପରମାଣୁ ବିବାଦର ବିପଦ ଆଜି ପାଶ୍ଚାତ୍ୟ ଦେଶ ନେଉଛି। ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ କହିଛନ୍ତି ଯେ ୟୁକ୍ରେନ ଯୁଦ୍ଧରେ ସିଧାସଳଖ ହସ୍ତକ୍ଷେପ କଲେ ପଶ୍ଚିମ ଦେଶ ପରମାଣୁ ପ୍ରତିକ୍ରିୟାର ସମ୍ଭାବନାକୁ ସାମ୍ନା କରିବାକୁ ପଡିବ ।