ଭୁବନେଶ୍ୱର – ପଦ୍ମ ଧରିଲେ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ । ଗୁରୁବାର ଦିନ ଭୁବନେଶ୍ୱର ସ୍ଥିତ ରାଜ୍ୟ ବିଜେପି କାର୍ଯ୍ୟାଳୟରେ ପ୍ରଶାନ୍ତଙ୍କ ସହ ତାଙ୍କର ବହୁ ସମର୍ଥକଙ୍କ ସହ ବିଧିôଦ୍ଧ ଭାବେ ବିଜେପିରେ ସାମିଲ ହୋଇଛନ୍ତି ।
ବିଜେପି ସହପ୍ରଭାରୀ ଲତା ଉସେଣ୍ଡି ବିଜେପିର ଉତରୀୟ ଓ ଟୋପି ପ୍ରଦାନ କରି ପ୍ରଶାନ୍ତ ଜଗଦ୍ଦେବଙ୍କୁ ଦଳରେ ସାମିଲ କରିଥିଲେ । ଏହି ଅବସରରେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ ଓ ପୂର୍ବତନ ରାଜ୍ୟ ସଭାପତି ସମୀର ମହାନ୍ତି ଉପସ୍ଥିତ ଥିଲେ ।

ବିଜେପିରେ ଯୋଗ ଦେବା ପରେ ବିଧାୟକ ପ୍ରଶାନ୍ତ ଜଗଦ୍ଦେବ କହିଛନ୍ତି, ବିଜେପିରେ ମିଶି ମୁଁ ଆଜି ବହୁତ ଖୁସି । ପ୍ରଧାନମନ୍ତ୍ରୀ ମୋଦିଙ୍କ ନେତୃତ୍ୱ ମୋତେ ପ୍ରେରଣା ଦେଇଛି । ବିଜେଡିରେ ଥିଲା ବେଳୁ ମୁଁ ମୋଦିଙ୍କୁ ସମ୍ମାନ ଜଣାଉଥିଲି । ଏଭଳି ପ୍ରଧାନମନ୍ତ୍ରୀଙ୍କ ସୈନିକ ଭାବେ କାମ କରିବି । ସେ ଆହୁରି କହିଥିଲେ, ନବୀନ ବାବୁ ମୋତେ ବହୁତ ସମ୍ମାନ ଦିଅନ୍ତି ଓ ସୁରକ୍ଷା ଦିଅନ୍ତି । ଆଜି ନବୀନ ବାବୁ ଆମକୁ ସୁରକ୍ଷା ଦେବା ଅବସ୍ଥାରେ ନାହାନ୍ତି । ଏବେ ରାଜନୀତିକ ବ୍ୟବସ୍ଥାରୁ ସେ ନିବୃତ ରହିବା ଦରକାର । ମୋତେ ବାସ୍ନା ହେଉଛି, ଓଡ଼ିଶାରେ ଡବଲ ଇଂଜିନ ସରକାର ହେବ । ଏବେ ମୁଁ ପୂରା ଆକ୍ସନ ମୁଡ୍ ରେ ଅଛି । ଏବେ ଓନ୍ଲି ଆକ୍ସନ, ନୋ ରିଆକ୍ସନ ।